ଆଜି ଏହି ରାଶିରେ ନାନା ବିଭବରେ ମଣ୍ଡିତ ହୋଇପାରନ୍ତି

ମେଷ- ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ ଏପରିକି ବାଣିଜ୍ୟ କାରବାରରୁ ଅର୍ଥାଗମ ହେବ। ପ୍ରଭୂତ ସୁଖ ଭୋଗ କରିବେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ- ଭ୍ରାତୃତ୍ବର ବନ୍ଧନ ନିବିଡ଼ ହୋଇପାରେ। ଶତ୍ରୁ ନିରସ୍ତ୍ର ସାଜିଥିବାବେଳେ ଅସୁସ୍ଥତାରୁ ବେଦନାସିକ୍ତ ବିଶ୍ରାମ ନେଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିପାରନ୍ତି। ଅପାତ୍ରରେ ଦାନ କରି ପଶ୍ଚାତାପ କରିବେ।

ମିଥୁନ- ବୁଦ୍ଧିମତାର ପରିଚୟ ସୃଷ୍ଟି କରିବେ। ନିଧି ପ୍ରାପ୍ତି​‌େ​‌ର ସନ୍ତୁଷ୍ଟ ହେବେ। ପତ୍ନୀ ଆଜ୍ଞାକାରିଣୀ ହେବେ। ବହୁ ସୁଖ ଭୋଗର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଠ ହେବେ।

କର୍କଟ- କୁଳ ପ୍ରଧାନ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ମିତ୍ର ଓ ଆତ୍ମଜଙ୍କ ସହିତ ନିସର୍ଗ ସୁଖର ଅଧିକାରୀ ହେବେ। ଆପଣଙ୍କ ମହାନ୍‌ ବ୍ୟକ୍ତିତ୍ବ ନିକଟରେ ଅନୁଗତମାନେ ପଦାନତ ହେବେ। ଧର୍ମଜ୍ଞ ହେବେ।

ସିଂହ- ଆତ୍ମବିଶ୍ବାସୀ ହେବେ। ଭାଷା ସ୍ନେହଶୀଳ ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସୁଖରେ ଅଧୀର କିମ୍ବା ଦୁଃଖରେ ମ୍ରିୟମାଣ ହେବେ ନାହିଁ। ରାଜାର ପ୍ରଜା ହେବେ ନାହିଁ କି କୌଣସି ପ୍ରଜାର ରାଜା ହେବେ ନାହିଁ।

କନ୍ୟା- ସ୍ବଅର୍ଜିତ ଧନ ଭୋଗ କରିବେ। ଅଞ୍ଚଳର ଅଧିପତି କିମ୍ବା ଅଧିପତିଙ୍କର ପରାମର୍ଶଦାତା ହୋଇପାରନ୍ତି। ବହୁ ମିତ୍ରଙ୍କ ପ୍ରେରଣାର ଉତ୍ସ ହୋଇ, ସମ୍ମାନିତ ହେବେ। ବକେୟା ଅର୍ଥ ମିଳିବାର ସୁଯୋଗ ରହିଛି।

ତୁଳା- ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଅପରୂପ ମୁଖଯୁକ୍ତ ସୁସ୍ଥ ଓ ନୀରୋଗ ଶରୀର ସମ୍ପନ୍ନ ହେବେ। ଧର୍ମଜ୍ଞାନରେ ଯୁଧିଷ୍ଠିରଙ୍କ ଅନୁଗତ ହେବେ। ଚଳଣି ରାଜସିକ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବିଚ୍ଛା- ଅଦ୍ଭୁତ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। କଠୋର ଶ୍ରମ ସ୍ବୀକାର କରି ନିଜର ଓ ପରିବାରର ଚଲାପଥକୁ କୁସୁମିତ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି।

ଧନୁ- ବକ୍ତବ୍ୟ ପ୍ରାଣସ୍ପର୍ଶୀ ହେବ। ସନ୍ମାର୍ଗୀ ହୋଇପାରନ୍ତି। ପ୍ରମଦାପ୍ରିୟ ହେବାର ସୂଚନା ମିଳୁଛି। ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଦିଗ୍‌ଦର୍ଶନକାରୀ ହେବେ। ସରକାରୀ ଅନୁଦାନ ମିଳିପାରେ।

ମକର- ବୁଦ୍ଧିବଳରେ ନିଧି ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜତୁଲ୍ୟ ସୁଖ ଭୋଗ କରିପାରନ୍ତି। ପୂଜ୍ୟପୂଜାର ପାତ୍ର ହୋଇପାରନ୍ତି। ମହିମାମୟ ହେବେ। ବାଣିଜ୍ୟ ଲାଭପ୍ରଦ ହେବ।

କୁମ୍ଭ- ମହନୀୟ ପଦପଦବୀରେ ଆରୁଢ଼ ହୋଇପାରନ୍ତି। ନିଜର ବନ୍ଧୁବାନ୍ଧବ, ପ୍ରଣୟୀ, ସୁତାସୁତଙ୍କ ପ୍ରତି ବାତ୍ସଲ୍ୟ ସ୍ନେହ ରହିବ। ଭାଗ୍ୟ ଡୋରୀକୁ ଭାଗ୍ୟ ହାତରେ ସମର୍ପି ନ ଦେଇ ନିଜ ହାତ ମୁଠାରେ ରଖିବେ।

ମୀନ-ମିଥ୍ୟା, ଆଳସ୍ୟ ଓ ପରଶ୍ରୀକାତରତା ପାପମତିରୁ ଓହରି ଆସି ସୁପୁଣ୍ୟର ଆଶ୍ରିତ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ପ୍ରାପ୍ତି ହେବେ। ସତର୍କତାର ସହ ଚଳିବାକୁ ପଡ଼ିପାରେ।

Comments are closed.