ବୁଧବାରର ରାଶିଫଳ – ଏହି ରାଶିଧାରୀଙ୍କର ଧନ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ମେଷ- ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ବୀ ହେବେ।

ବୃଷ- ଦାନଶୀଳ ହୋଇ ଧର୍ମର ମାର୍ଗରେ ପରିଚାଳିତ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। କୃଷିକ୍ଷେତରୁ ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯାନବାହନ ସୁଖ ମିଳିବ।

ମିଥୁନ – ମନ ପ୍ରସନ୍ନ ରହିବ। ଈଶ୍ବରୀୟ ସତ୍ତା ଅନୁଭବ କରିପାରନ୍ତି। ଭାଷା ଓ ବ୍ୟବହାରର ମାଧୁରିମା ଆପଣଙ୍କୁ ଜନାଦୃତ କରିବ। ​‌େ​‌ପ୍ରମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

କର୍କଟ- ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଚାରୁ ଚନ୍ଦନ ଦେହୀ ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଦାୟକ ହେବ।

ସିଂହ – ବିଭିନ୍ନ ସୂତ୍ରରୁ ଉପହାର ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଐଶ୍ବର୍ଯ୍ୟାଯୁକ୍ତ ହେବେ। ମାଲିମୋକଦ୍ଦମାର   ରାୟ ସପକ୍ଷରେ ଯିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା -କର୍ମଚଞ୍ଚଳ ରହିବେ। ନିରୋଳାରେ କିଛି ସମୟ କଟାଇବାକୁ ଇଚ୍ଛା କରିବେ। ଭଦ୍ରୋଚିତ ଭାଷା ଓ ମଧୁର ବ୍ୟବହାର ପାଇଁ ଲୋକପ୍ରିୟ, ସାହସୀ ଓ ଜ୍ଞାନୀ ହେବେ। ଅତିଥି ସତ୍କାରରେ ଧନ ବ୍ୟୟ ହେବ।

prayash

ତୁଳା- ସୁସ୍ଥ ଓ ନିରାମୟ ରହିବେ। ଅସାଧ୍ୟ ସାଧନ କରି ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜ ଦରବାରରୁ ଅର୍ଥ ମିିଳିବ।

ବିଛା-  ନିଜ ବଂଶ ପରମ୍ପରାକୁ ଉଜ୍ଜୀବିତ କରି ରଖିବେ। ମନ ପ୍ରସନ୍ନ ତଥା ସୁସ୍ଥ ଓ ନିରାମୟ ରହିବେ। ଦୀନ, ଦରିଦ୍ରଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରି ଦାନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ଧନୁ- ସ୍ବକର୍ମ ଭାଗ୍ୟ ଗଠନରେ ସହାୟକ ହେବ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପୁଣ୍ୟଦେହୀ ହେବେ।

ମକର-ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଆଶା ଛଳନାମୟୀ ହୋଇପାରେ। ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ଦିନସାରା ସତର୍କ ରହିବେ।

କୁମ୍ଭ- ସେବା ଧର୍ମକୁ ଆଦରି ନେଇପାରନ୍ତି। ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ। ଧୈର୍ଯ୍ୟଶୀଳ ହୋଇପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହେବ। ପାରିବାରିକ ସୁଖ ମିଳିବ।

ମୀନ – ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟକ୍ତିତ୍ବ ସମ୍ପନ୍ନ ଓ ଶତ୍ରୁହନ୍ତା ହେବେ। ସୁନାମ ଅର୍ଜନ କରିବେ।

kalyan agarbati

Comments are closed.