www.samajalive.in
Sunday, December 7, 2025
26.1 C
Bhubaneswar

ନାବାଳିକା ଅନ୍ତସତ୍ତ୍ବା; ଯୁବକ ଗିରଫ 

ବୁଗୁଡ଼ା :  ବୁଗୁଡ଼ା ଥାନା ଅଞ୍ଚଳରେ ଜୈନିକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନ୍ତସତ୍ତ୍ବା କରିବା ଅଭିଯୋଗରେ ବୁଗୁଡ଼ା ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଆସିକାର ରଞ୍ଜିତ ନାୟକ । ଗିରଫ ପ​‌ରେ ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ବୁଗୁଡ଼ା ଥାନା ଅଞ୍ଚଳର ଜୈନିକା ୧୫ବର୍ଷୀୟା ନାବାଳିକାଙ୍କ ସହ ବୁଗୁଡ଼ା ସହରରେ ଉକ୍ତ ଯୁବକଙ୍କ ଗତ ବର୍ଷ ଡିସେମ୍ବର ମାସରେ ଦେଖା ସକ୍ଷାତ ହୋଇଥିଲା  l ଏ ଅବସରରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା  l  ନାବାଳିକାଙ୍କୁ ଯୁବକ ଜଣକ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇ ପ୍ରଥମେ ଭୁବନେଶ୍ବର ଏବଂ ତାହା ପରେ ଚେନ୍ନଇରେ କିଛି ମାସ ରଖି ତିନି ମାସ ତଳେ ତାଙ୍କ ଘରେ ଆଣି ଛାଡି ଦେଇଥିଲା l ସେଠାରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜଣା ପଡିବା ପରେ ଏନେଇ ସେ ରଞ୍ଜିତକୁ କହିବାରୁ ସେ ଆଉ ଧରା ଛୁଆଁ ଦେଇନଥିଲା  l  ନାବାଳିକା ଜଣକ ବାଧ୍ୟ ହୋଇ ଥାନାର ଆଶ୍ରୟ ନେଇଥିଲା  l ଅଭିଯୋଗକୁ ଭିତ୍ତିକରି  ବୁଗୁଡ଼ା ପୁଲିସ ନାବାଳିକାକୁ ବ୍ରହ୍ମପୁରସ୍ଥ ଉତ୍କଳ ବାଳାଶ୍ରମରେ ଛାଡିଥିଲେ  l  ସେଠାରେ ସେ ଶିଶୁ ସନ୍ତାନଟିଏ ପ୍ରସବ କରିଥିଲେ  l ତିନି ମାସ ହେଲା ଫେରାର ଥିବା ଯୁବକକୁ ପୁଲିସ ଖୋଜି ଖୋଜି ଗତକାଲି ବୁଗୁଡ଼ାରେ ହିଁ ଧରିଥିଲେ  l ତାପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇ  ବୁଗୁଡ଼ା ପୁଲିସ ନାବାଳିକାଙ୍କୁ ତାଙ୍କ ଘରେ ଛାଡିଥିଲାବେଳେ ଗିରଫ ଯୁବକ ଜଣଙ୍କୁ ବ୍ରହ୍ମପୁର କୋର୍ଟକୁ ଚାଲାଣ କରାଯାଇଥିଲା ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories