ରଣପୁରଗଡ: ରାଜସ୍ଥାନର ଏକ ବିଦ୍ୟାଳୟ ଛାତ ଭୁଷୁଡି ସାତ ଛାତ୍ରଙ୍କ ମୃତ୍ୟୁ ପରେ ସମସ୍ତ ରାଜ୍ୟରେ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟ ସଚିବଙ୍କୁ ବିଦ୍ୟାଳୟ ନିରାପତ୍ତା ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି। ୨୦୧୨ ମହିହାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ରଣପୁର ସୁଆଁସିଆ ସାହି ଅଙ୍ଗନବାଡି କେନ୍ଦ୍ର କାନ୍ଥ ଭୁଷୁଡି ସାତ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ସେହିଦିନ ଠାରୁ ସମସ୍ତ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ନିର୍ଦେଶ ଆସିଥିଲା। ତେର ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଅର୍ଦ୍ଧାଧିକ ଅଙ୍ଗନବାଡି ଗୃହ ନିର୍ମାଣ ସରିନାହିଁ। ଜରାଜୀର୍ଣ୍ଣ ପରିତ୍ୟକ୍ତ ବିଦ୍ୟାଳୟ ଗୃହରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର। ରଣପୁରରେ ଅନେକ ଘରୋଇ ବିଦ୍ୟାଳୟ ଛତୁ ଫୁଟିଲା ଭଳି ଖୋଲାଯାଇଛି। ଯାହାର ସଠିକ ହିସାବ ବ୍ଳକ ଶିକ୍ଷା ମଣ୍ଡଳରେ ମିଳୁନାହିଁ। ଅନେକ ବିଦ୍ୟାଳୟର ଅନୁମତି ନଥିବା ବେଳେ ଅନେକ ଗେ।ଟିଏ ଯାଗାରେ ଅନୁମତି ଥିଲେ ମଧ୍ୟ ସମସ୍ତ ସରକାରୀ ନିୟମକୁ ବେଖାତିର କରି ଜରାଜୀର୍ଣ୍ଣ ଭଡାଘର, ଅଗ୍ନି ନିରାପତ୍ତା ନଥାଇ, ଜରୁରୀକାଳୀନ ପ୍ରସ୍ଥାନ ରାସ୍ତା ନଥାଇ, ପୁରୁଣା ବୈଦୁତିକ ତାର ଥାଇ ସରକାରୀ ନୀତି ନିୟମକୁ ବେଖାତିର କରିଥିବା ଅଭିଯୋଗ ହେଉଛି। ରଣପୁର ଅଗ୍ନିଶମ ବାହିନୀ ଅଧିକାରୀ ଦାୟିତ୍ୱରେ ଥିବା ଅମରେନ୍ଦ୍ର ତ୍ରିପାଠୀ କୁହନ୍ତି କେଉଁ କେଉଁ ଘରେ।ଇ ବିଦ୍ୟାଳୟ ଓ ସରକାରୀ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ନାହିଁ ତାହାର ତାଲିକା କରି ସରକାରଙ୍କୁ ପ୍ରଦାନ କରାଯିବ। ରଣପୁର ବ୍ଳକ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ କୁହନ୍ତି ଆମର ନିରାପତ୍ତା ଯାଞ୍ଚ କମିଟି ମାଧ୍ୟମରେ ତୁରନ୍ତ ଯାଞ୍ଚ କରାଯାଇ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ।
ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ
ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..



