ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ଚଷମାରେ ଗୁପ୍ତ କ୍ୟାମେରା ଖଞ୍ଜି ଜଣେ ଯୁବକ ଅତି ନିର୍ଭୟରେ ଶ୍ରୀମନ୍ଦିର ଭିତରେ ବୁଲୁଥିଲେ। ସନ୍ଦେହ ହେବାରୁ ବେହରଣ ଦ୍ଵାର ନିକଟରେ ପୁଲିସ୍ ଯୁବକ ଜଣଙ୍କୁ ଧରି ସିଂହଦ୍ଵାର ଥାନାରେ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ ସୋମବାର ପୁରୀ ଗଜପତି ନଗରର ଜଣେ ଯୁବକ ଚଷମାରେ ଗୁପ୍ତ କ୍ୟାମେରା ଖଞ୍ଜି ପୁରୀ ମନ୍ଦିର ଭିତରେ ପଶିଥିଲେ। ଏବଂ ଚଷମାରେ ଫଟୋ କ୍ୟାପଚର କରୁଥିଲେ। ପୁଲିସ୍ ର ସନ୍ଦେହ ହେବାରୁ ଯୁବକ ଜଣଙ୍କୁ ବେହରଣ ଦ୍ଵାର ନିକଟରେ ଅଟକାଯାଇଥିଲା। ବର୍ତ୍ତମାନ ଏବେ ତାଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଛି। ବାରମ୍ବାର ଶ୍ରୀମନ୍ଦିରର ଭିତରେ ଏଭଳି କିଛି ଘଟଣାମାନ ଘଟୁଛି । ଯାହାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକି ଶ୍ରୀମନ୍ଦିର ସୁରକ୍ଷା ଉପରେ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Popular Categories



