www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଦିନ ଆରମ୍ଭ ହେବ ଫ୍ଲିପକାର୍ଟରେ ଫ୍ରିଡମ୍‌ ସେଲ୍‌; ପାଇବେ ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ଫ୍ରିଡମ୍‌ ସେଲ୍‌ ୨୦୨୫କୁ ନେଇ କମ୍ପାନୀ ଖୁସି ଖବର ଆଣିଛି । ଏହି ସେଲ୍‌ର ଆରମ୍ଭ ଅଗଷ୍ଟ ମାସରୁ ଆରମ୍ଭ ହେବ । ଏଥିରେ ପ୍ରତ୍ୟେକ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍‌ ମିଳିବ ।
ଏହି ସେଲ୍‌ ୧ ଅଗଷ୍ଟରୁ ଆରମ୍ଭ ହେବ । ଏଥିରେ ଆପଣଙ୍କୁ ଜବରଦସ୍ତ ଅଫର୍‌ ମିଳିବ । ଯଦି ଆପଣ ପ୍ଲସ୍‌ କିମ୍ବା ଭିଆଇପି ମେମ୍ବର ତେବେ ଆପଣ ଦିନକ ପୂର୍ବରୁ ସେଲ୍‌ର ସୁବିଧା ପାଇ ପାରିବେ ।

ଏଥିରେ ଆପଣଙ୍କୁ ଏକାଧିକ ବ୍ୟାଙ୍କ ଅଫର୍‌ ଓ ରିହାତିର ସୁବିଧା ମିଳିବ । ଫ୍ରିଡମ୍‌ ଡିଲ୍‌ ଠାରୁ ଆରମ୍ଭ କରି ଅନେକ ଆକର୍ଷଣୀୟ ଅଫର୍‌ ମିଳିବ । ଏହି ଫ୍ରିଡମ୍‌ ସେଲ୍‌ ୨୦୨୫ର ଆରମ୍ଭ ୧ ଅଗଷ୍ଟରୁ ହେବ । ଯାହା ଫୋନ୍‌ର ଆପ୍‌ରେ ଦେଖିପାରିବେ । ସେହିପରି ୱେବ୍‌ସାଇଟ୍‌ରେ ୨ ଅଗଷ୍ଟରେ ହେବ । ଖାଲି ଫ୍ଲିପକାର୍ଟ ନୁହେଁ ବରଂ ଆମାଜନ୍‌ରେ ମଧ୍ୟ ସେଲ୍‌ ଆରମ୍ଭ ହେବ । ଉଭୟ ଅନଲାଇନ୍‌ ଆପ୍‌ରେ ଜବରଦସ୍ତ ଅଫର୍‌ ମିଳିବ ।

୪୮ ଘଣ୍ଟା ପରେ ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ଗୋଟିଏ ପରେ ଗୋଟିଏ ସଫଳତା, ହଠାତ୍‌ ହେବେ ଧନୀ..

- Advertisement -

ଗ୍ରାହକଙ୍କୁ ୧୫ ପ୍ରତିଶତ ରିହାତି ସହ ବ୍ୟାଙ୍କ ଅଫର୍‌ ମଧ୍ୟ ମିଳିବ । ଫୋନ୍‌ ଠାରୁ ଆରମ୍ଭ କରି ଟିଭି, ଅନ୍ୟାନ୍ୟ ବୈଦୁତିକ ଉପକରଣ, ଲାପ୍‌ଟପ୍‌, ପୋଷାକ, ଘରୋଇ ଆସବାବପତ୍ର, ସାଜସଜ୍ଜା ଜିନିଷ, ପ୍ରସାଧନ ସାମଗ୍ରୀ, ଅଧିକାଂଶ ଜିନିଷକୁ ଖୁବ୍‌ ଶସ୍ତାରେ ଏହି ସମୟରେ କିଣି ପାରିବେ । ଯଦି ଆପଣ ଫ୍ଲିପକାର୍ଟ ପ୍ଲସ୍ ସଦସ୍ୟ, ତେବେ ଆପଣ ସୁପର କଏନ୍ ବ୍ୟବହାର କରି ଅତିରିକ୍ତ ୧୦% ରିହାତି ପାଇପାରିବେ।

କମ୍ପାନୀ ଅନୁଯାୟୀ, ଏହି ସେଲ୍ ସମୟରେ ଗ୍ରାହକମାନେ ୭୮ଟି ‘ଫ୍ରିଡମ୍ ଡିଲ୍ସ’, ‘ରସ୍ ଆୱାର୍ସ’, ଏକ୍ସଚେଞ୍ଜ ଅଫର ଏବଂ ‘ବମ୍ପର ଆୱାର୍ସ’ ଭଳି ଚମତ୍କାର ଡିଲ୍ ପାଇବେ। ଏହି ଡିଲ୍ସରେ ଗ୍ରାହକମାନେ ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ବିପୁଳ ରିହାତି ପାଇବେ।

ଯଦି ଆପଣ ଆଇଫୋନ୍‌ ୧୪, ଆଇଫୋନ୍‌ ୧୫, ଆଇଫୋନ୍‌ ୧୬, ସାମ୍‌ସଙ୍ଗ ଗାଲେକ୍ସି ଏସ୨୪ ସିରିଜ୍‌, ସାମ୍‌ସଙ୍ଗ ଏସ୨୫ ସିରିଜ୍‌, ଗୁଗଲ୍‌ ପିକ୍ସେଲ୍‌ ସ୍ମାର୍ଟଫୋନ୍‌, ସ୍ପ୍ଲିଟ୍‌ ଏସି, ୪୩-୫୫ ଇଞ୍ଚ ସ୍ମାର୍ଟ ଟିଭି କିଣିବା ପାଇଁ ଏହା ସର୍ବୋତ୍ତମ ସୁଯୋଗ । ଏସବୁରେ ଅଧିକ ରିହାତି ମିଳିବ ।

ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ

ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories