www.samajalive.in
Sunday, December 7, 2025
26.1 C
Bhubaneswar

୪୮ ଘଣ୍ଟା ପରେ ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ଗୋଟିଏ ପରେ ଗୋଟିଏ ସଫଳତା, ହଠାତ୍‌ ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ୨୯ ଜୁଲାଇରେ ଗ୍ରହଙ୍କ ରାଜକୁମାର ବୁଧ ପୁଷ୍ୟ ନକ୍ଷତ୍ରରେ ଚଳନ କରିବେ । ଅନୁରାଧା ନକ୍ଷତ୍ରର ସ୍ୱାମୀ ଶନି ଦେବ, ଯେ କି କର୍ମଫଳ ଦାତା ଅଟନ୍ତି । ଶନି ଓ ବୁଧ ପରସ୍ପରର ମିତ୍ର ବୋଲି କୁହାଯାଏ । ସେହିପରି ଶନି ଦେବତା ମୀନ ରାଶିରେ ଓଳଟା ଅବସ୍ଥାରେ ଚଳନ କରି ରହିଛନ୍ତି । ଅନ୍ୟ ଗ୍ରହ ସହ ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି କରନ୍ତି । ଗୁରୁ ସହ ଏକାଠି ହୋଇ ୩୧ ଜୁଲାଇରେ ରାତି ୧୦ଟା ୯ ମିନିଟ୍‌ରେ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ। ଏମାନଙ୍କୁ ଚାକିରିରେ ବଡ ସଫଳତା ସହ ପଦନ୍ନୋତିର ଯୋଗ ରହିଛି । ଜାଣନ୍ତୁ..

ବୃଷ- ଏହି ରାଶିଙ୍କୁ ଅନେକ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ସକରାତ୍ମକ ଫଳ ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ପୁରୁଣା ମତଭେଦ ଦୂର ହେବ । କାମରେ ଏକାଗ୍ରତା ରହିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ଜୀବନ ସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

- Advertisement -

ସିଂହ- ଆୟରେ ବୃଦ୍ଧି ହେବ । ଚାକିରିରେ ପଦନ୍ନୋତି, କରଜରୁ ମୁକ୍ତି ମିଳିବ । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ । ଯାତ୍ରାର ଯୋଗ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ । ପ୍ରେମରେ ସଫଳତା ସହ ବୈବାହିକ ଜୀବନ ସୁଖମୟ ହେବ । ମନସ୍କାମନା ପୂରଣ ହେବ ।

ତୁଳା- ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ପଦନ୍ନୋତି ସହ ଦାୟିତ୍ୱ ବଢିବ । ବ୍ୟବସାୟୀ ନୂଆ ବ୍ୟବସାୟ ଆରମ୍ଭ କରିବା ସହ ଲାଭବାନ୍‌ ହେବେ । ସହକର୍ମୀଙ୍କ ସହଯୋଗ ମିଳିବ । ଯାତ୍ରାରେ ଶୁଭଫଳ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ- ସଫଳତା ମିଳିବ । ଆୟରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅନେକ ଯୋଜନା ସଫଳ ହେବ । ଶୁଭ ଖବର ମିଳିବ ।

ମକର- ଅନେକ କ୍ଷେତ୍ରରେ ସଫଳତା ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ଯାତ୍ରାର ଯୋଗ ରହିଛି । ମତଭେଦ ଦୂର ହେବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ ।

କୁମ୍ଭ- ଏହି ରାଶିଙ୍କୁ ଅନେକ ଖୁସି ମିଳିବ । ଅନେକ କ୍ଷେତ୍ରରେ ସଫଳତା ସହ ଧନ ଲାଭର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ କଟିବ । ଚାକିରିରେ ଶୁଭଫଳ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ । ଆମଦାନୀରେ ବୃଦ୍ଧି ହେବ ।

ବାସ୍ତୁ.. ସମ୍ପର୍କରେ ତିକ୍ତତା, ଘରୁ କଳହ, ଅଶାନ୍ତି ଦୂର କରେ ଘରେ ଥିଲେ ଏହି ଖାସ୍‌ ଗଛ, ଦାମ୍ପତ୍ୟ ଜୀବନରେ ବି ଆସେ ମଧୁରତା..

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories