www.samajalive.in
Sunday, December 7, 2025
26.1 C
Bhubaneswar

ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ

ନୂଆଦିଲ୍ଲୀ : ମେରଠର ଏଲଏଲଆରଏମ ମେଡିକାଲ କଲେଜରୁ ଅବହେଳାର ଏକ ବଡ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି । ଡାକ୍ତର ଜଣେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟେବୁଲ ଉପରେ ନିଘୋଡ ନିଦରେ ଶୋଇଛନ୍ତି । ତାଙ୍କ ସାମ୍ନାରେ ରକ୍ତାକ୍ତ ହୋଇ ପଡି ରହିଛନ୍ତି ରୋଗୀ । ଅଭିଯୋଗ ଅନୁଯାୟୀ, ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଷ୍ଟ୍ରେଚର ଉପରେ ଶୋଇ ରହିଛନ୍ତି ଓ ଡାକ୍ତର ଜଣକ ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସା କରିବା ବଦଳରେ ନିଘୋଡ ନିଦରେ ଶୋଇଛନ୍ତି । ପରେ ରୋଗୀଙ୍କର ମୃତ୍ୟୁ ହୋଇ ଯାଉଛି ।

ତେବେ ଏହା ମେରଠର ସବୁଠାରୁ ବଡ ସରକାରୀ ହସ୍ପିଟାଲର ଘଟଣା ବୋଲି କୁହାଯାଉଛି । ଯେଉଁଠାରେ ୨୪ ଘଣ୍ଟା ରୋଗୀଙ୍କୁ ଚିିକିତ୍ସା ମିଳିବା ଆଶାରେ ସେମାନେ ଏଠାକୁ ଆସି ଥାନ୍ତି । ମାତ୍ର ଏହି ଘଟଣା ଜଣାପଡିବା ପରେ ଜରୁରୀକାଳୀନ ଚିକିତ୍ସା ଓ ଚିକିତ୍ସା କ୍ଷେତ୍ରରେ ହେଉଥିବା ଅବହେଳାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୋକେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

- Advertisement -

ଚିିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଯୁବକଙ୍କ ନାମ ସୁନିଲ୍‌ ବୋଲି ଜଣାପଡିଛି । ସେ ହସନପୁର ଗାଁର ବାସିନ୍ଦା ଥିଲେ । ସୁନିଲ୍‌ ରାସ୍ତାର ପାର୍‌ ହେବା ସହ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅବହେଳା କାରଣରୁ ତାଙ୍କ ଜୀବନ ଚାଲି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି । ସଠିକ୍‌ ସମୟରେ ତାଙ୍କର ଚିକିତ୍ସା କରାନଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମେଡିକାଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତି ରାତିରେ ଚିକିତ୍ସା ପାଇଁ ଆସିଥିଲେ । ସେହି ସମୟରେ ଜଣେ କନିଷ୍ଠ ଡାକ୍ତର କାର୍ଯ୍ୟରେ ଥିଲେ । ଘଟଣା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..

୪୮ ଘଣ୍ଟା ପରେ ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ଗୋଟିଏ ପରେ ଗୋଟିଏ ସଫଳତା, ହଠାତ୍‌ ହେବେ ଧନୀ..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories