ସମାଜ ଡିଜିଟାଲ ଡେସ୍କ: ଭାରତର ପ୍ରତ୍ୟେକ ସିନେ ଶିଳ୍ପରେ ଅନେକ ସୁପରଷ୍ଟାର ଅଛନ୍ତି ଏବଂ ସେ ସମସ୍ତଙ୍କର ଫିସ୍ ଏବଂ ମୋଟ୍ ସମ୍ପତ୍ତିର ମୂଲ୍ୟ ଆକାଶ ଛୁଆଁ। ବଲିଉଡ୍, ଟଲିଉଡ୍(ତେଲୁଗୁ), କଲିଉଡ୍(ତାମିଲ୍), ମଲିଉଡ୍(ମାଲାୟଲମ୍) ଏବଂ ସାଣ୍ଡାଲଉଡ୍(କନ୍ନଡ)ରେ ବର୍ତ୍ତମାନ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତା ଅଛନ୍ତି। ତେବେ କ’ଣ ଆପଣ ଜାଣନ୍ତି କି ୨୦୨୫ର ସର୍ବାଧିକ ଆୟ କରୁଥିବା ଅଭିନେତା କିଏ? ଆସନ୍ତୁ ଜାଣିବା ସର୍ବାଧିକ ପାରିଶ୍ରମିକ ନେଉଥିବା ଶ୍ରେଷ୍ଠ ୧୦ ଅଭିନେତାଙ୍କ ବିଷୟରେ-
କିଛି ମାସ ପୂର୍ବରୁ ଫୋର୍ବ୍ସ ଇଣ୍ଡିଆ ପକ୍ଷରୁ ଏକ ଆର୍ଟିକିଲ୍ ପ୍ରକାଶ ପାଇଥିଲା, ଯେଉଁଥିରେ ୨୦୨୫ ବର୍ଷର ସବୁଠୁ ଅଧିକ ଫିସ୍ ନେଉଥିବା ଶ୍ରେଷ୍ଠ ୧୦ ଅଭିନେତାମାନଙ୍କ ତାଲିକା ଜାରି ହୋଇଥିଲା। ଏଥିରେ ବଲିଉଡ଼ର ବଡ଼ ବଡ଼ ହସ୍ତୀଙ୍କ ଉପରେ ଭାରୀ ପଡ଼ିଛନ୍ତି ସାଉଥ୍ ସୁପରଷ୍ଟାର। ତାଲିକାରେ ଅଲ୍ଲୁ ଅର୍ଜୁନ ପ୍ରଥମ ସ୍ଥାନରେ ଅଛନ୍ତି, କିନ୍ତୁ ୧୦ମ ସ୍ଥାନରେ ଥିବା ଅଭିନେତାଙ୍କ ନାଁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୧. ଅଲ୍ଲୁ ଅର୍ଜୁନ
ଫିସ୍- ୩୦୦ କୋଟି ଟଙ୍କା
ମୋଟ୍ ସମ୍ପତ୍ତି ମୂଲ୍ୟ-୩୫୦ କୋଟି ଟଙ୍କା
ଅଲ୍ଲୁ ଅର୍ଜୁନ ଭାରତର ସର୍ବାଧିକ ଫିସ୍ ନେଉଥିବା ଅଭିନେତାମାନଙ୍କ ତାଲିକାରେ ୧ ନମ୍ବରରେ ଅଛନ୍ତି। ସେ ‘ପୁଷ୍ପା-୨’ ପାଇଁ ୩୦୦ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ଆୟ କ୍ଷେତ୍ରରେ ସେ ଶାହରୁଖ ଖାନ ଓ ସଲମାନ ଖାନଙ୍କୁ ପଛରେ ପକାଇଛନ୍ତି।
୨. ଥଲପତି ବିଜୟ
ଫିସ୍- ୧୩୦ କୋଟିରୁ ୨୭୫ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୪୭୪ କୋଟି ଟଙ୍କା
ଦ୍ଵିତୀୟ ସ୍ଥାନରେ ଅଛନ୍ତି ଏହି ଅଭିନେତା। ଅଭିନୟ ସହିତ ରାଜନୀତିରେ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବା ଥଲପତି ବିଜୟ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜନ ନାୟକନ’ ପାଇଁ ପ୍ରସ୍ତୁତି କରୁଛନ୍ତି। ସେ ପ୍ରତ୍ୟେକ ଫିଲ୍ମ ପାଇଁ ୧୩୦ କୋଟିରୁ ୨୭୫ କୋଟି ଟଙ୍କା ନେଇଥାନ୍ତି। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୪୭୪ କୋଟି ଟଙ୍କା।
୩. ଶାହରୁଖ ଖାନ
ଫିସ୍- ୧୫୦ କୋଟିରୁ ୨୫୦ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୬୩୦୦ କୋଟି ଟଙ୍କା
ବଲିଉଡର ବାଦଶାହ ତଥା କିଙ୍ଗ୍ କୁହାଯାଉଥିବା ଏହି ଅଭିନେତା ତୃତୀୟ ସ୍ଥାନରେ ରହିଛନ୍ତି। ସେ ’ପଠାନ’ ପାଇଁ ୧୫୦-୨୫୦ କୋଟି ଟଙ୍କା ଚାର୍ଜ କରିଥିଲେ। ଏହା ବ୍ୟତୀତ ତାଙ୍କର ନିଜସ୍ୱ ପ୍ରଡକ୍ସନ ହାଉସ୍ ଅଛି। ତାଙ୍କର ନିଜସ୍ୱ ଆଇପିଏଲ ଟିମ୍ ମଧ୍ୟ ଅଛି ଏବଂ ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୬୩୦୦ କୋଟି ଟଙ୍କା।
୪. ରଜନୀକାନ୍ତ
ଫିସ୍- ୧୨୫ କୋଟିରୁ ୨୭୦ କୋଟି ଟଙ୍କା
ମୋଟ୍ ସମ୍ପତ୍ତି ମୂଲ୍ୟ- ୪୩୦ କୋଟି ଟଙ୍କା
ଏହି ସୁପରଷ୍ଟାର ଚତୁର୍ଥ ସ୍ଥାନରେ ଅଛନ୍ତି, ଯିଏ ବହୁ ଦଶନ୍ଧି ଧରି ହିନ୍ଦୀ ଏବଂ ସାଉଥ୍ ଶିଳ୍ପରେ କାମ କରିଛନ୍ତି ଏବଂ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୧୨୫ କୋଟିରୁ ୨୭୦ କୋଟି ଟଙ୍କା ଚାର୍ଜ କରନ୍ତି ଏବଂ ତାଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ୪୩୦ କୋଟି ଟଙ୍କା।
୫. ଆମିର ଖାନ
ଫିସ୍- ୧୦୦ରୁ ୨୭୫ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୧୮୬୨ କୋଟି ଟଙ୍କା
ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ଏହି ଅଭିନେତା ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ସିତାରେ ଜମିନ୍ ପର’ରେ ଦେଖିବାକୁ ମିଳିଥିଲା। ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ୨୭୫ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୮୬୨ କୋଟି ଟଙ୍କା।
୬. ପ୍ରଭାସ
ଫିସ୍- ୧୦୦ କୋଟିରୁ ୨୭୫ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୨୪୧ କୋଟି ଟଙ୍କା
‘ଆଦିପୁରୁଷ’ ଏବଂ ‘ସାଲାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରଭାସ ୬ ନମ୍ବରରେ ଅଛନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ୨୭୫ କୋଟି ଟଙ୍କା ଚାର୍ଜ କରନ୍ତି ଏବଂ ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୨୪୧ କୋଟି ଟଙ୍କା। ଏବେ ସେ ଖୁବଶୀଘ୍ର ‘ରାଜା ସାବ’ରେ ନଜର ଆସିବେ, ଯାହା ଡିସେମ୍ବର ୫ରେ ମୁକ୍ତିଲାଭ କରିବ।
୭. ଅଜିତ କୁମାର
ଫିସ୍- ୧୦୫ କୋଟିରୁ ୧୬୫ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୧୯୬ କୋଟି ଟଙ୍କା
ସପ୍ତମ ସ୍ଥାନରେ ଥିବା ଅଜିତ କୁମାର ଗୋଟିଏ ଫିଲ୍ମ ପାଇଁ ୧୦୫ କୋଟିରୁ ୧୬୫ କୋଟି ଟଙ୍କା ନେଇଥାନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ୧୯୬ କୋଟି ଟଙ୍କା ବୋଲି କୁହାଯାଏ। ସେ କାର ରେସିଂରେ ଭାଗ ନିଅନ୍ତି ଏବଂ ତାଙ୍କର ନିଜସ୍ୱ ରେସିଂ ଟିମ୍ ମଧ୍ୟ ଅଛି।
୮. ସଲମାନ ଖାନ
ଫିସ୍- ୧୦୦ କୋଟିରୁ ୧୫୦ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୨୯୦୦ କୋଟି ଟଙ୍କା
ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତାଙ୍କ ତାଲିକାରେ ବଲିଉଡ ଅଭିନେତାମାନେ ଖରାପ ସ୍ଥିତିରେ ଅଛନ୍ତି। ଇଣ୍ଡଷ୍ଟ୍ରିର ଭାଇଜାନ ଅଷ୍ଟମ ସ୍ଥାନରେ ଅଛନ୍ତି, ଯାହା ପ୍ରଶଂସକମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ। ତାଙ୍କର ନିଜସ୍ୱ ପ୍ରଡକ୍ସନ ହାଉସ୍ ଏବଂ ଏକ ପୋଷାକ ବ୍ରାଣ୍ଡ ମଧ୍ୟ ଅଛି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୨୯୦୦ କୋଟି ଟଙ୍କା। କିନ୍ତୁ ସେ ଫିସ୍ ଭାବରେ ୧୦୦ କୋଟିରୁ ୧୫୦ କୋଟି ଟଙ୍କା ନିଅନ୍ତି। ଖୁବଶୀଘ୍ର ସେ ‘ବିଗ୍ ବସ୍ ୧୯’ ହୋଷ୍ଟ କରୁଥିବା ନଜର ଆସିବେ।
୯. କମଲ ହାସନ
ଫିସ୍- ୧୦୦ରୁ ୧୫୦ କୋଟି ଟଙ୍କା
ମୋଟ୍ ସମ୍ପତ୍ତି- ୧୫୦ କୋଟି ଟଙ୍କା
ଅଭିନେତା ତଥା ରାଜନେତା କମଲ ହାସନ ନବମ ସ୍ଥାନରେ ଅଛନ୍ତି। ସେ ଅଭିନୟ ସହ ରାଜନୀତିରେ ମଧ୍ୟ ସକ୍ରିୟ। ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ଏବଂ ତାଙ୍କର ମୋଟ୍ ସମ୍ପତ୍ତି ୧୫୦ କୋଟି ଟଙ୍କା।
୧୦. ଅକ୍ଷୟ କୁମାର
ଫିସ୍- ୬୦ କୋଟିରୁ ୧୪୫ କୋଟି ଟଙ୍କା
ମୋଟ୍ ସମ୍ପତ୍ତି ମୂଲ୍ୟ- ୨୫୦୦ କୋଟି ଟଙ୍କା
ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟ କୁମାରଙ୍କ ସ୍ଥିତି ସବୁଠୁ ଖରାପ। ସେ ୧୦ମ ସ୍ଥାନରେ ଅଛନ୍ତି। ବର୍ଷକୁ ଯେତେ ଫିଲ୍ମ କଲେ ମଧ୍ୟ ସେ ୬୦ କୋଟିରୁ ୧୪୫ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨୫୦୦ କୋଟି ଟଙ୍କା।



