www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଛାତ ଉପରେ ଶୋଇଥିଲେ ଶ୍ରମିକ, ପହଞ୍ଚିଗଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭୟଭୀତ କରୁଥିବା ଭିଡିଓ ସାମ୍ନାକୁ ଆସିଥାଏ । ବିଶେଷ କରି ଜଙ୍ଗଲୀ ଜୀବଜନ୍ତୁଙ୍କ ଭିଡିଓ ସଭିଁଙ୍କ ଧ୍ୟାନକୁ ଅଧିକ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ତେବେ ଜଙ୍ଗଲୀ ଜନ୍ତୁଙ୍କୁ ରାସ୍ତାରେ ବୁଲୁଥିବାର ଅନେକ ଭିଡିଓ ଲୋକେ ନିଶ୍ଚିତ ଦେଖିଥିବେ । ଅନେକ ସମୟରେ ରାତି ଅନ୍ଧାରରେ ହିଂସ୍ର ଜନ୍ତୁ ଶିକାର ଖୋଜି ଜନବସତି ଅଞ୍ଚଳକୁ ପ୍ରବେଶ କରି ଥାନ୍ତି । ଶିକାର ପାଇଁ ଜନବସତିକୁ ପଶି ଆସିଥିବା ସିଂହ ଓ ବାଘର ଅନେକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଆଶ୍ଚର୍ଯ୍ୟ ଚକିତ ସହ ଲୋକଙ୍କ ହୋସ୍‌ ଉଡାଇ ଦେଇଛି । ସିଂହକୁ ଭୟ କରିବା ସାଧାରଣ କଥା । ତେବେ ଚିନ୍ତା କରନ୍ତୁ ଆପଣ ଛାତ ଉପରେ ଶୋଇଥିବା ସମୟରେ ହଠାତ୍‌ ୨ଟି ସିଂହ ପହଞ୍ଚିଗଲେ ଅବସ୍ଥା କ’ଣ ହେବ ।

- Advertisement -

ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଦେଖିପାରିବେ, ଏକ ନିର୍ମାଣାଧୀନ ଅଟ୍ଟାଳିକାର ଛାତ ଉପରେ ୨ରୁ ୩ ଜଣ ଶ୍ରମିକ ଶୋଇଛନ୍ତି । ସେହି ସମୟରେ ସେଠାରେ ଗୋଟିଏ ନୁହେଁ ବରଂ ୨ଟି ସିଂହ ପହଞ୍ଚି ଯାଇଛନ୍ତି । ସିଂହ ସେଠାରେ ପହଞ୍ଚିବା ପୂର୍ବରୁ ଶ୍ରମିକ ଜଣକ ବସିଥିବା ଭିଡିଓରେ ଦେଖିପାରିବେ । ମାତ୍ର କିଛି ସମୟରେ ସେ ମଧ୍ୟ ସେଠାରେ ଶୋଇପଡିଛନ୍ତି ।

ସିଂହ ଛାତ ଉପରକୁ ଯାଇ ବାରମ୍ବାର ଶ୍ରମିକଙ୍କ ନିକଟରେ ବୁଲିବା ସହ ଶୁଙ୍ଘୁଛି । ମାତ୍ର ଆକ୍ରମଣ କରୁ ନାହିଁ । ଏହି ଭିଡିଓଟି ଗୁଜୁରାଟର ଅମରେଲୀ ଜିଲାର ଧାରୀ ଅଞ୍ଚଳର ବୋଲି କୁହାଯାଉଛି । କିଛି ଦିନ ତଳେ ହିଁ ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହୋଇଛି । ଶ୍ରମିକ ଜଣକ ସିଂହକୁ ଦେଖି ସେଠାରୁ ଦୌଡି ପଳାଉଛନ୍ତି । କେହି କେହି ଭିଡିଓ ଅସଲି ତ କେହି ଭିଡିଓକୁ ନକଲି ବୋଲି ମତ ଦେଇଛନ୍ତି ।

୪୮ ଘଣ୍ଟା ପରେ ଶନି-ଗୁରୁଙ୍କ ଶକ୍ତିଶାଳୀ ରାଜଯୋଗ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ଗୋଟିଏ ପରେ ଗୋଟିଏ ସଫଳତା, ହଠାତ୍‌ ହେବେ ଧନୀ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories