www.samajalive.in
Friday, December 5, 2025
23.1 C
Bhubaneswar

ବିରୋଧୀଙ୍କୁ ଶୁଣାଇଲେ ଶାହ- ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ

ସମାଜ ଡିଜିଟାଲ ଡେସ୍କ: ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମଙ୍ଗଳବାର ଆଲୋଚନା ସମୟରେ ହଙ୍ଗାମା ହୋଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିତର୍କରେ ମନ୍ତବ୍ୟ ରଖୁଥିବା ସମୟରେ ବିରୋଧୀ କିଛି ପ୍ରାମଣ ମାଗିଥିଲେ, ଯାହାକୁ ନେଇ ଶାହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କଟୁ ଶବ୍ଦରେ ସେମାନଙ୍କୁ ଶୁଣାଇ କହିଥିଲେ ଯେ, ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ।

ପହଲଗାଓଁ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ସୁଲେମାନ ମୁସା ସମେତ ୩ ଆତଙ୍କୀ ଗତ ସୋମବାର ଦିନ ଅପରେସନ ମହାଦେବରେ ନିପାତ ହୋଇଥିଲେ। ଏହି ଆତଙ୍କୀମାନେ ପାକିସ୍ତାନୀ ବୋଲି ଶାହ ଗୃହରେ ବିବୃତି ଦେବା ସମୟରେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ ତାଙ୍କୁ ପ୍ରମାଣ ମାଗିଥିଲେ। ଚିଦାମ୍ବରମଙ୍କ ଏପରି ପ୍ରଶ୍ନକୁ ଶାହ ସମାଲୋଚନା କରିଥିଲେ। ଶାହ କହିଥିଲେ, ନିହତ ୩ ଆତଙ୍କୀଙ୍କ ମଧ୍ୟରୁ ୨ ଜଣଙ୍କର ଭୋଟର ନମ୍ବର ଆମକୁ ମିଳିଛି। ସେମାନେ ପାକିସ୍ତାନୀ ଆତଙ୍କବାଦୀ ଥିଲେ। ଆତଙ୍କୀଙ୍କ ପକେଟରୁ ଯେଉଁ ଚକୋଲେଟ ମିଳିଛି ତାହା ବି ପାକିସ୍ତାନରେ ତିଆରି ହୋଇଛି । ଏହା ପରେ କଂଗ୍ରେସର ପୂର୍ବତନ ଗୃହମନ୍ତ୍ରୀ ପ୍ରମାଣ ମାଗୁଛନ୍ତି। ଶାହଙ୍କ ଏପରି ସମାଲୋଚନାକୁ ନେଇ ବିରୋଧୀମାନେ ହୋହଲ୍ଲା କରିଥିଲେ। ଶାହ କହିଥିଲେ, ଧୈର୍ଯ୍ୟ ରଖନ୍ତୁ, ଘଟଣାକ୍ରମର ପୂରା ତଥ୍ୟ ଦେବି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories