ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ରାମନାଗୁଡା: ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲଙ୍କ ନିର୍ଦେଶରେ ଗୁଣପୁର ଟାଉନ ହଲ ଠାରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ରାୟଗଡ ଶାଖା ତରଫରୁ ରାୟଗଡ ଜିଲ୍ଲାରେ କାର୍ୟ୍ୟରତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଓଡିଶା ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ଓ ଚୁକ୍ତିଭିତ୍ତିକ କାର୍ୟ୍ୟ ସମୟ ୬ବର୍ଷ ଅବଧିକୁ ସାମିଲ କରିବା ନିମନ୍ତେ ଏକ ଦସ୍ତଖତ ଅଭିଯାନ ଓ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିସହ ବୈଠକରେ ଏକ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସ୍ବାକ୍ଷର କରାଯାଇଥିଲା। ଆଜି ରାମନାଗୁଡା କାର୍ୟ୍ୟକାରୀ ସଦସ୍ୟ ତୁଷାର ରଞ୍ଜନ ଲାଲାଙ୍କ ନେତୃତ୍ୱ ରେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଛେଦ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ଓ ତହସିଲଦାର ସୁଶ୍ରୀ ପ୍ରଭାତୀ ଝୋଡ଼ିଆଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଏଥିସହ ଆଗାମୀ ଅଗଷ୍ଟ ୯ ତାରିଖ ରେ ରାଜ୍ୟ ସଂଘ ଆନୁକୂଲ୍ୟରେ ଏକ ଗର୍ଜନ ସମାବେଶ ଭୁବନେଶ୍ୱର ରେ ଅନୁଷ୍ଠିତ ହେବା ନେଇ ସଙ୍ଘତରଫରୁ ସୂଚନା ଦିଆଯାଇଛି।କର୍ମଚାରୀ ମାନେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଚୁକ୍ତିଭିତ୍ତିକ ପ୍ରଥା ଉଛେଦ କରିବା ସହ ଚୁକ୍ତିଭିତ୍ତିକ କାର୍ୟ୍ୟ ସମୟ ୬ବର୍ଷ କୁ ଗଣନା ସହ ସପ୍ତମ ବେତନ କମିଶନ ଆଧାରରେ ମୂଳ ଦରମା ଆଦି ଦାବି କୁ କାର୍ୟ୍ୟକାରୀ କରିବେ ବୋଲି ଆଶା ବାନ୍ଧିଛନ୍ତି।ଆଜିର ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାମନାଗୁଡା ବ୍ଲକର ବିଭିନ୍ନ ବିଭାଗରେ କାର୍ୟ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରୁ ସୂର୍ୟ୍ୟ ନାରାୟଣ ମହାପାତ୍ର , ଶାନ୍ତନୁ ଶବର , ସିପୁ ପ୍ରଧାନ, ସନ୍ତୋଷ ବେହେରା , ରାମବାବୁ ବେହେରା , ଲାଲୁ ଲିମା, ଅଜିତ ଦାସ, ଅନୁରାଗ ସେଠୀ ଓ ଅକ୍ଷୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.