ରାମନାଗୁଡା: କରୋନା ସଂକ୍ରମଣ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କଲେ ତହସିଲଦାର । ଲୋକଙ୍କ ମାସ୍କ ପିନ୍ଧିବା ସହ କରୋନା କଟକଣା ମାନିବା ନେଇ ସଚେତନ କରିଛନ୍ତି ରାମନାଗୁଡା ତହସିଲଦାର ପ୍ରଭାତୀ ଝୋଡିଆ । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ ସୁଲୁଡି ହାଟ ନିକଟରେ ଭିଡ଼କୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରିଥିଲେ ତହସିଲଦାର । ହାଟରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିିଲେ । ସେହିପରି ବିଜେଡି ଜିଲ୍ଲା ସାଧାରଣ ସଂପାଦକ କମଳଲୋଚନ ମୁଟିକା ହାଟରେ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ ଅରିବା ସହ ମାସ୍କ ବଣ୍ଟନ କରିଥିଲେ । ଏହି ସମୟରେ ଅତିରିକ୍ତ ତହସିଲଦାର ଫର୍ଡିଲାଣ୍ଡ ଏକ୍କା, ଗୋଗୁପଡୁ ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ଏ.ଏସ.ଆଇ ପୃଥିବୀରାଜ ଝଙ୍କାର, ଜିଲ୍ଲା ସାଧାରଣ ସମ୍ପାଦକ କୋମଳ ଲୋଚନ ମୁଟିକା, ସମ୍ପାଦକ ସଞ୍ଜୟ ପ୍ରଧାନ, ଗରଣ୍ଡା ରାଜସ୍ବ ନିରୀକ୍ଷକ ଏନ ଲିଙ୍ଗରାଜ,ଗୋଗୁପଡୁ ରାଜସ୍ବ ନିରୀକ୍ଷକ କୈବଲ୍ୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



