www.samajalive.in
Monday, December 15, 2025
24.1 C
Bhubaneswar

୩୦କେଜି ଗଞ୍ଜେଇ ଜବତ, ୪ ଗିରଫ

ପିପିଲି: ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ୩୦କେଜି ଗଞ୍ଜେଇ ଜବତ । ଗଞ୍ଜାମ ଓ ଫୁଲବାଣି ଅଞ୍ଚଳରୁ ବେଆଇନ ଭାବେ ଚୋରାରେ ଗଞ୍ଜେଇ ଆଣି ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିବା ଏକ ପେଷାଦାର ଗଞ୍ଜେଇ ମାଫିଆ ଦଳର ୪ଜଣ ସଦସ୍ୟଙ୍କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି। ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମରେ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ୩୦ କେଜି ଗଞ୍ଜେଇ ସହ ୨ଟି ମୋବାଇଲ୍‍ ଫୋନକୁ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ହଂସରାଡି ଗ୍ରାମର ପିଣ୍ଟୁ ଭୂୟାଁ (୨୭), ବୁଗୁଡା ଥାନା ଗୁଡିପାଲ୍ଲୀ ଗ୍ରାମର ବାବୁରାମ ବିଶ୍ୱାଳ ଓରଫ ବାବୁ(୨୭), ବୁଗୁଡା ଥାନା ଗୋଳାମୁଣ୍ଡୁଳା ସାହିର ବାବୁଲା ନାୟକ ଓରଫ ବାବୁ(୩୨) ଓ ବୁଗୁଡା ଅଞ୍ଚଳର ଟୁଲୁ ବଡତିଆ (୩୦)।
ପିପିଲି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ସୂଚନା ଦେଇଥିଲେ, ଗଞ୍ଜେି ଚୋରା ଚାଲଣ ନେଇ ପୂର୍ବରୁ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପୁଲିସ ଦୀର୍ଘ ଦିନ ସେବାନଙ୍କୁ ଧରିବାକୁ ଧରି ଉଦ୍ୟମ ଚଳାଇଥିଲା। ଗତକାଲି ଅପରାହ୍ନରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ ଏସ୍‍ଆଇ ସଂଘମିତ୍ରା ଚାନ୍ଦ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‍ ପିପିଲି ନିକଟବର୍ତ୍ତି ସମଲପୁର ଗ୍ରାମ ନିକଟରେ ଚଢାଉ କରିଥିଲା। ସେଠାରେ ଏକ ଜରି ବସ୍ତାରେ ୩୦ କେଜି ଗଞ୍ଜେଇ ସହ ଅପେକ୍ଷା କରିଥିବା ଉପରୋକ୍ତ ୪ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ସାଧା ପୋଷାକରେ ଥିବା ପୁଲିସକୁ ଅଭିଯୁକ୍ତମାନେ ଚିହ୍ନି ପାରିନଥିଲେ। ପ୍ରଥମେ ସେମାନେ ପୁଲିସ ସହ ଧସ୍ତାଧସ୍ତି ହେବା ପରେ ବିଲ ମଧ୍ୟରେ ଦଉଡି ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ପୁଲିସ ସେମାନଙ୍କୁ ବିଲରେ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଥିଲା। ଗଞ୍ଜାମ ଜିଲାର ଏହି ୪ ଅଭିଯୁକ୍ତ ଜବତ ଗଞ୍ଜେଇକୁ ଗଞ୍ଜାମରୁ ଆଣି ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରିି କରିବାକୁ ଯୋଜନା କରିଥିବା ପୁଲିସ ନିକଟରେ ସ୍ୱିକାର କରିଥିବା ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀବରାଳ ସୂଚନା ଦେଇଛନ୍ତି। ଗଞ୍ଜାମ ଓ ଫୁଲବାଣି ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରାଯାଇ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିବା ଏହି ପେଷାଦାର ଗଞ୍ଜେଇ ମାଫିଆ ଗୋଷ୍ଠିର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏମାନେ କାହା ଠାରୁ ଗଞ୍ଜେଇ କିଣୁଥିଲେ ଓ କେଉଁମାନଙ୍କୁ ବିକ୍ରି କରୁଥିଲେ ସେ ସଂପର୍କରେ ଅନୁସନ୍ଧାନ ଜାରି ରହିଥିବା ଶ୍ରୀବରାଳ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମରେ ଅନ୍ୟ କେଉଁ ଥାନାରେ ମାମଲା ଅଛି କି ନାହିଁ ସେ ସଂପର୍କରେ ପୁଲିସ ଅନୁସନ୍ଧାନ ଜାରି ରଖିଥିବା ଶ୍ରୀବରାଳ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ଉପସ୍ଥିତ ଥିଲେ। ପିପିଲି ଥାନା ଏସ୍‍ଆଇ ସଂଘମିତ୍ରା ଚାନ୍ଦଙ୍କ ଲିଖିତ ଅଭିଯୋଗ ଉପରେ ଏନେଇ ପିପିଲି ଥାନାରେ ଏନ୍‍ଡିପିସ୍‍ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସୁରମା ସ୍ୱାଇଁ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ପୁରୀ କୋର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories