ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ଫଳ

0

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ସମସ୍ତ ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୭୪୫୧ ଜଣ ପରୀକ୍ଷା ଦେଇଥିବା ବେଳେ ୬୦୪୯ ଜଣ ପାସ୍‍ କରିଛନ୍ତି। ତିନି ବିଭାଗର ସାମଗ୍ରିକ ହାରାହାରି ପାସ୍‍ ହାର ରହିଛି ୮୧.୨୯%। କଳାରେ ମୋଟ ପାସ୍‍ ହାର ୮୦.୪୦ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନରେ ମୋଟ୍‍ ପାସ୍‍ ହାର ୮୮.୧୬% ଓ ବାଣିଜ୍ୟରେ ମୋଟ୍‍ ପାସ୍‍ ହାର ୮୦.୭୪% ହୋଇଛି। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ସ୍ଥିତପ୍ରଜ୍ଞା ନାଥଶର୍ମା ବେଷ୍ଟ ଗ୍ରାଜୁଏଟ୍‍ ବିବେଚିତ ହୋଇଛନ୍ତି।

prayash

ବିଷୟ ଭିତ୍ତିରେ କଳା ବିଭାଗରେ ଆନ୍ଥ୍ରୋପଲଜିରେ ଭୁବନେଶ୍ୱର କମଳା ନେହେରୁ ମହିଳା କଲେଜ୍‍ର ଋତୁପର୍ଣ୍ଣା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅର୍ଥନୀତିରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଟି ନାଜ୍ରା, ଶିକ୍ଷାରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, ଇଂରାଜୀ ଭାଷା ସାହିତ୍ୟରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଶିଳ୍ପାଶ୍ରୀ ମିଶ୍ର, ହିନ୍ଦି ଭାଷା ସାହିତ୍ୟରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଶିବାନୀ ମିଶ୍ର, ଇତିହାସରେ ଚାରିଛକର ଏନ୍‍ଏନ୍‍ଏମ୍‍ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଅନୁସୂୟା ଦାସ, ଗୃହ ବିଜ୍ଞାନରେ ଭୁବନେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟର ପ୍ରବୀଣା ଦାସ, ଗ୍ରାନ୍ଥଗାରିକ ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଇସ୍‍ମାତ ଆଫ୍ରିନ୍‍, ଓଡ଼ିଆ ଭାଷା ସାହିତ୍ୟରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରିୟତମା ବେହେରା, ଦର୍ଶନ ଶାସ୍ତ୍ରରେ କଟକ ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ଲିପିକା ସିଂହ ଦେଓ, ରାଜନୀତି ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଗାୟତ୍ରୀ ବେହେରା, ମନସ୍ତତ୍ତ୍ୱ ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ସାଦିଆ ଜମେଲ୍‍, ସଂସ୍କୃତ ଭାଷା ସାହିତ୍ୟରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଇତିଶ୍ରୀ ମିଶ୍ର, ସାମାଜିକ ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ସ୍ୱାଗତିକା ନନ୍ଦ, ଊର୍ଦ୍ଦୁରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଆୟେସା ସିଦ୍ଦିକା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ବିଜ୍ଞାନରେ ଉଦ୍ଭିଦ ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଅଙ୍କିତା ନାୟକ, ରସାୟନ ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ବିନୋଦିନୀ ପଣ୍ଡା, କମ୍ପ୍ୟୁଟର ସାଇନ୍ସ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ସୁହାସିନି ସ୍ମୃତି ପ୍ରଜ୍ଞା, ଗଣିତର ଭୁବନେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟର ରୋଜାଲିନ୍‍ ଷଡ଼ଙ୍ଗୀ, ପଦାର୍ଥ ବିିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ଶ୍ରାବଣୀ କାନୁନ୍‍ଗୋ, ପ୍ରାଣୀ ବିଜ୍ଞାନରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ସ୍ଥିତପ୍ରଜ୍ଞା ନାଥଶର୍ମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ବାଣିଜ୍ୟରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଅଲିଭା ଅପରାଜିତା ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

କଳାରେ ମୋଟ ୬୪୪୪ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୫୧୭୪। ମୋଟ ପାସ୍‍ ହାର ରହିଛି ୮୦.୪୦। ବିଜ୍ଞାନରେ ୮୪୫ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୭୪୫ ପାସ୍‍ ହାର ରହିଛି ୮୮.୧୬%। ବାଣିଜ୍ୟରେ ୧୬୨ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୩୦ ପାସ୍‍ ହାର ରହିଛି ୮୦.୭୪%। କଳା ପାସରେ ୩୨୦୩ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୨୨୩୪। ଡିଷ୍ଟିଂସନ୍‍ରେ ୧୦୮୨ ଜଣ ପାସ କରିଛନ୍ତି।
କଳା ପ୍ରଥମ ଶ୍ରେଣୀ ଡିଷ୍ଟିଂସନ୍‍ରେ ୧୧୯, ଦି୍ୱତୀୟ ଶ୍ରେଣୀ ଡିଷ୍ଟିଂସନ୍‍ରେ ୩୬୦ ଓ ସାଧାରଣରେ ୧୦୫ ଜଣ ପାସ କରିଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀ ଡିଷ୍ଟିଂସନ୍‍ରେ ୧୮୬ , ତ୍ୱିତୀୟ ଶ୍ରେଣୀ ଡିଷ୍ଟିଂସନ୍‍ରେ୧୫୯ ଜଣ ପାସ କରିଛନ୍ତି। ବାଣିଜ୍ୟରେ ୧୧ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂସନରେ ଓ ଜଣେ ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଂସନ୍‍ରେ ପାସ କରିଛନ୍ତି।

kalyan agarbati
Leave A Reply