www.samajalive.in
Tuesday, December 9, 2025
16.1 C
Bhubaneswar

ରମାଦେବୀଙ୍କ ତ୍ୟାଗ ଓ ସଂଗ୍ରାମର ବାସ୍ନା ଯୁବପିଢ଼ିଙ୍କ ମଧ୍ୟରେ ଭରି ଦିଆଯାଉ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆଜି ମା’ ରମାଦେବୀଙ୍କର ୩୮ତମ ପୂଣ୍ୟତିଥୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରମାଦେବୀଙ୍କ ତ୍ୟାଗ ଓ ସଂଗ୍ରାମର କାହାଣୀର ସ୍ମୃତି ଚାରଣ କରିବା ସହ ଏପରି ବିରଳ ସଂଗ୍ରାମୀଙ୍କ ଜୀବନୀ ଓ ଦର୍ଶନକୁ ଭବିଷ୍ୟତରେ ଯୁବପିଢିଙ୍କ ମଧ୍ୟରେ ପହଞ୍ଚାଇବାକୁ କହିଥିଲେ।

ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମା’ ରମାଦେବୀଙ୍କ ଆଦର୍ଶରେ ଛାତ୍ରୀମାନେ ଅନୁପ୍ରାଣିତ ହେବା ସହ ତାଙ୍କ ନାମରେ ନାମିତ ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।

- Advertisement -

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଡ.ଜୟନ୍ତୀ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ସିଦ୍ଧି ଓ ସାଧନା ଯୋଗୁଁ ରମାଦେବୀ ମା’ ରମାଦେବୀରେ ପରିଣତ ହୋଇଛନ୍ତି ବୋଲି କହିଥିଲେ। ସେବା ଓ ସଂଗ୍ରାମର ସେ ସମନ୍ୱୟ ବୋଲି ସେ ପ୍ରକାଶ କରିଥିଲେ।

କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମା’ ରମାଦେବୀଙ୍କ ପରି ବ୍ୟକ୍ତିତ୍ୱଙ୍କ ନାମରେ ନାମିତ ବିଶ୍ବବିଦ୍ୟାଳୟକୁ ଆହୁରି ଆଗକୁ ନେବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। କୁଳସଚିବ ଶ୍ୟାମଳୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥଲାବେଳେ ପ୍ରଫେସର ଚଣ୍ଡୀ ଚରଣ ରଥ ବକ୍ତବ୍ୟ ରଖିଥିଲେ । ସଂଘମିତ୍ରା ଭଞ୍ଜ କାର୍ଯ୍ୟକ୍ରମ ସଂଯୋଜନାକ ରିଥିବାବେଳେ.ଶିଖା ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସିଣ୍ଡିକେଟ ସଭ୍ୟ କଳ୍ପନା ଦାସ, ଲୋକ ସମ୍ପର୍କ ଅଧିକାରୀ ମାନସ ବେହେରା, ସସ୍ମିତା ମହାନ୍ତି, ମଧୁସ୍ମିତା ପତି, ଶଙ୍କର ମହାନ୍ତି, ଶକ୍ତିକାନ୍ତ ରଥ, ପଙ୍କଜ ନାୟକ, ଜ୍ୟୋତିର୍ମୟୀ ଉଦଗାତା, ସ୍ନେହ ଦାସ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories