www.samajalive.in
Sunday, November 16, 2025
15.1 C
Bhubaneswar

ଅପେକ୍ଷାର ଅନ୍ତ! ରିଲିଜ୍‌ ହେଲା ‘ରାମସେତୁ’ ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମସେତୁ’କୁ ନେଇ ଚର୍ଚ୍ଚାରେ। ଅଭିନେତାଙ୍କର ଶେଷ ତିନୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ‘ରାମସେତୁ’ ଦ୍ବାରା ଅକ୍ଷୟ ବକ୍ସ ଅଫିସରେ ରେକର୍ଡ଼ ସୃଷ୍ଟି କରିବେ। ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍‌ କରିଛନ୍ତି, ଯେଉଁଥିରେ କି ଅନେକ ଆକ୍ସନ ଦୃଶ୍ୟ ରହିଛି। ଚଳଚ୍ଚିତ୍ରର କାହାଣୀ ‘ରାମସେତୁ’ ଉପରେ ଆଧାରିତ ଓ ଏହାର ଟ୍ରେଲର ମଧ୍ୟ ଏହି ନାମରୁ ଆରମ୍ଭ ହେଉଛି।

୨ ମିନିଟ୍ ୯ ସେକେଣ୍ଡର ଏହି ଟ୍ରେଲର୍ ଆକ୍ସନ୍, ଥ୍ରୀଲର୍ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ। ଅକ୍ଷୟ କୁମାର ମଧ୍ୟ ସବୁଥର ଭଳି ଚମତ୍କାର ଅଭିନୟ କରିଛନ୍ତିି। ଟ୍ରେଲର ଆରମ୍ଭରେ ଏହା ଦର୍ଶାଯାଇଛି ଯେ, ଏହି ଦେଶ ରାମଙ୍କ ନାମରେ ଚାଲିଥାଏ। କିନ୍ତୁ ରାମସେତୁକୁ ଭାଙ୍ଗିବା ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କୁ ‘ରାମସେତୁ’ର ସନ୍ଧାନରେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲର ଲୋକଙ୍କୁ ଉତ୍ସାହିତ କରିଛି।

- Advertisement -

ରାମାୟଣ ଅନୁଯାୟୀ, ଶ୍ରୀଲଙ୍କା ଯିବା ପାଇଁ ପ୍ରଭୁ ଶ୍ରୀରାମଙ୍କ ସେନା ଦ୍ୱାରା ‘ରାମ ସେତୁ’ ନିର୍ମାଣ କରାଯାଇଥିଲା ଏବଂ ଚଳଚ୍ଚିତ୍ର ‘ରାମ ସେତୁ’ର କାହାଣୀ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ରାମ ସେତୁ ଅଛି କି ନାହିଁ ତା’ର ଅନୁସନ୍ଧାନ ପାଇଁ ତାଙ୍କୁ ପଠାଯାଇଛି। ଅଭିଷେକ ଶର୍ମାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଅକ୍ଟୋବର ୨୪ରେ ପରଦାକୁ ଆସିବ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories