www.samajalive.in
Sunday, December 7, 2025
14.1 C
Bhubaneswar

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୩,୬୭୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଜେନେରାଲ୍ ଆଟଲାଂଟିକ୍‌

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟଲାଂଟିକ୍‌ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୩,୬୭୫ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟକୁ ୪.୨୮୫ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଥିବା ଜଣାପଡିଛି । ଜେନେରାଲ୍ ଆଟଲାଂଟିକ୍‌ର ଏହି ନିବେଶ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ର ପୂର୍ଣ୍ଣ ବିଘଟିତ ୦.୮୪ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ।

ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଜିଓ ପ୍ଲାଟର୍ମର୍ସ୍‌ରେ ୬୫୯୮.୩୮ କୋଟି ଟଙ୍କା ନିବେଶ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନ୍ୟତମ ସହଯୋଗୀ ସଂସ୍ଥାରେ ଏହା ହେଉଛି ଜେନେରାଲ୍ ଆଟଲାଂଟିକ୍‌ର ଦ୍ୱିତୀୟ ପୁଞ୍ଜିନିବେଶ ।

- Advertisement -

ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି । ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁୂ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍‌ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବେ ।

ସେହିପରି, ଜେନେରାଲ୍ ଆଟଲାଂଟିକ୍ ହେଉଛି ବିଶ୍ୱସ୍ତରର ଅଗ୍ରଣୀ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଯାହାର ପ୍ରଯୁକ୍ତି, ଉପଭୋକ୍ତା, ଆର୍ଥିକ ସେବା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ କରିବାର ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି । ଏହା ଏୟାର୍ ବିଏନ୍‌ବି, ଆଲିବାବା, ଆଂଟ ଫାଇନାନ୍ସିଆଲ, ବକ୍ସ, ବାଇଟ୍‌ଡ୍ୟାନ୍ସ, ଫେସ୍‌ବୁକ୍‌, ସ୍ଲାକ୍‌, ସ୍ନାପ୍‌ଚାଟ୍‌, ଉବର ଏବଂ ବିଶ୍ୱର ଅନ୍ୟାନ୍ୟ ଅନେକ ଅଗ୍ରଣୀ ପ୍ରଯୁକ୍ତି କଂପାନିରେ ନିବେଶ କରିଛି ।

ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଉଭୟ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କୁ ସଶକ୍ତ କରିବା ଏବଂ ଭାରତୀୟ ରିଟେଲ୍ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଜେନେରାଲ୍ ଆଟଲାଂଟିକ୍ ସହିତ ସମ୍ପର୍କକୁ ସମ୍ପ୍ରସାରିତ କରିଥିବାରୁ ମୁଁ ବହୁତ ଖୁସି । ରିଲାଏନ୍ସ ରିଟେଲ୍ ଭଳି ଜେନେରାଲ୍ ଆଟଲାଂଟିକ୍ ମଧ୍ୟ ପ୍ରଗତି ଓ ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତିକରଣକୁ ଭାରତ ଓ ଦୁନିଆରେ ବଢ଼ାଇବା ଦିଗରେ ଡିଜିଟାଲ୍ କ୍ଷେତ୍ରର ରହିଥିବା ମୌଳିକ କ୍ଷମତା ଉପରେ ବିଶ୍ୱାସ କରେ । ଦେଶର ରିଟେଲ୍ କ୍ଷେତ୍ରକୁ ପୁନର୍ବିନ୍ୟାସ କରିବା ପାଇଁ ଆମେ ଏକ ବୈପ୍ଳବିକ ନୂଆ ବାଣିଜ୍ୟିକ ପ୍ଲାଟଫର୍ମ ସୃ୍‌ଷ୍ଟି କରୁଥିବାରୁ ପ୍ରଯୁକ୍ତି ଏବଂ ଉପଭୋକ୍ତା (କଂଜ୍ୟୁମର) ବ୍ୟବସାୟରେ ଜେନେରାଲ୍ ଆଟଲାଂଟିକ୍‌ର ରହିଥିବା ବ୍ୟାପକ ଅଭିଜ୍ଞତା ଓ ଭାରତରେ ଦୁଇ ଦଶନ୍ଧି ଧରି ନିବେଶ କରିବାର ଅନୁଭୂତିରୁ ସହଯୋଗ ପାଇଁ ଆଶା ରଖିଛୁ । ’’

ଶ୍ରୀଯୁକ୍ତ ବିଲ୍ ଫୋର୍ଡ, ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ, ଜେନେରାଲ୍ ଆଟଲାଂଟିକ୍ କହିଛନ୍ତି ଯେ, “ଦେଶର ଖୁଚୁରା (ରିଟେଲ୍‌) କ୍ଷେତ୍ରରେ ଉଲ୍ଲେଖନୀୟ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ମୁକେଶଙ୍କ ନୂଆ ବାଣିଜ୍ୟ (ନିଉ କମର୍ସ) ଲକ୍ଷ୍ୟକୁ ସହାୟତା ପ୍ରଦାନ କରୁଥିବାରୁ ଜେନେରାଲ୍ ଆଟଲାଂଟିକ୍ ଉଲ୍ଲସିତ ଯାହା ଜିଓ ପ୍ଲାଟଫର୍ମ ସହିତ କାର୍ୟ୍ୟ କରି ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟ ହାସଲ କରିବା ସହିତ ଆଗକୁ ବଢ଼ିବ । ପରିବର୍ତନଶୀଳ ଅଭିବୃଦ୍ଧିକୁ ଦୃଢ଼ କରିବା ପାଇଁ ପ୍ରଯୁକ୍ତିର ଶକ୍ତି ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଯେଉଁ ମୂଳ ବିଶ୍ୱାସ ରହିଛି ତାହା ଉପରେ ଜେନେରାଲ୍ ଆଟଲାଂଟିକ୍ ବିଶ୍ୱାସ କରେ ଏବଂ ରିଲାଏନ୍ସର ସମଗ୍ର ବ୍ୟବସ୍ଥାରେ ରହିଥିବା ଉଲ୍ଲେଖନୀୟ ସୁଯୋଗକୁ ନେଇ ଆମେ ଉତ୍ସାହିତ । ବିଶ୍ୱ ଡିଜିଟାଲ୍ ଅର୍ଥନୀତିରେ ଭାରତର ସ୍ଥିତିକୁୁ ଅର୍ଥପୂର୍ଣ୍ଣ ଭାବେ ଆଗକୁ ବଢାଇବା ଲାଗି ରିଲାଏନ୍ସର ସୁଦକ୍ଷ ଟିମ୍ ସହିତ ପୁଣି ସହଯୋଗିିତା ସ୍ଥାପନ କରିଥିବାରୁ ଆମେ ଗର୍ବିତ ।’’

ଇଶା ଅମ୍ବାନି, ନିର୍ଦ୍ଦେଶିକା, ରିଲାଏନ୍ସ ରିଟେଲ୍ କହିଛନ୍ତି ଯେ, “ଭାରତୀୟ ଗ୍ରାହକ ଓ ବ୍ୟବସାୟୀଙ୍କ ଲାଭ ପାଇଁ ଭାରତୀୟ ଖୁଚୁରା ବ୍ୟବସ୍ଥାକୁ ବିକଶିତ ଓ ସଶକ୍ତ କରିବା କାର୍ୟ୍ୟ ଜାରି ରଖିଥିବା ବେଳେ ଜେନେରାଲ୍ ଆଟଲାଂଟିକ୍‌କୁ ମୂଲ୍ୟବାନ ସହଯୋଗୀ ଭାବେ ସ୍ୱାଗତ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ବିଗତ ବର୍ଷଗୁଡ଼ିକରେ ବିଶ୍ୱସ୍ତରର ଅଗ୍ରଣୀ ଉପଭୋକ୍ତା ଓ ରିଟେଲ୍ କଂପାନିଗୁଡ଼ିକ ସହିତ କାର୍ୟ୍ୟ କରି ଖୁଚୁରା କ୍ଷେତ୍ରରେ ଜେନେରାଲ୍ ଆଟଲାଂଟିକ୍ ବିପୁଳ ଜ୍ଞାନ ଆହରଣ କରିଛି ଏବଂ ଆମେ ଆମ ଯାତ୍ରାରେ ଆଗକୁ ବଢ଼ିବା ବେଳେ ସେଥିରୁ ଲାଭବାନ ହେବୁ ବୋଲି ଆଶା ରଖିଛୁ ।’’

ସନ୍ଦୀପ ନାଏକ, ପରିଚାଳନା ନିର୍ଦେଶକ ଓ ମୁଖ୍ୟ, ଭାରତ ଏବଂ ଦକ୍ଷିଣ ଏସିଆ, ଜେନେରାଲ୍ ଆଟ୍‌ଲାଂଟିକ୍ କହିଛନ୍ତି ଯେ, “ଭାରତୀୟ ରିଟେଲ୍ ବ୍ୟବସ୍ଥାରେ ପରିବର୍ତନର ଆବଶ୍ୟକତା ରହିଛି । ରିଲାଏନ୍ସ ରିଟେଲ୍‌ର ରଣନୀତି ସ୍ୱତନ୍ତ୍ର, ଅତ୍ୟନ୍ତ ଭିନ୍ନ ଧରଣର ଏବଂ ସେହି ସମାନ ସମୟରେ ଅନ୍ତର୍ଭୁକ୍ତୀକରଣ ଉପରେ ନିବଦ୍ଧ, ଯାହା ଭାରତ ଏବଂ ବିଶେଷ କରି ଗ୍ରାମୀଣ ଭାରତର ବିବିଧ ଆବଶ୍ୟକତା ଓ ଛୋଟ ଦୋକାନୀ ତଥା ଗ୍ରାହକମାନଙ୍କୁ ସାମଗ୍ରିକ ଓମନିଚ୍ୟାନେଲ ରିଟେଲ ସମାଧାନ ପ୍ରଦାନ କରିବାର ସୁଯୋଗକୁୁ ଭଲ ଭାବେ ବୁଝିପାରିଛି ।’’

ଏହି ବୁଝାମଣା ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେ ନିର୍ଭରଶୀଳ । ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ୟ୍ୟ କରିଥିବା ବେଳେ ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ ଓ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି । ଜେନେରାଲ୍ ଆଟଲାଂଟିକ୍ ପାଇଁ ସର୍ଦୁଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ୍ କୋ ଏବଂ ପଲ୍‌, ୱେଇସ୍‌, ରିଫ୍‌କାଇଣ୍ଡ୍‌, ହ୍ୱାର୍ଟନ୍ ଆଣ୍ଡ୍ ଗାରିସନ୍ ଏଲ୍‌ଏଲ୍‌ପି ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories