ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଏ। ଏହିଦିନ ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ଥାଆନ୍ତି। ଦୀର୍ଘାୟୁ,ସୁଖସମୃଦ୍ଧି,ସଫଳତାର କାମନା କରିଥାଆନ୍ତି। ଏହି ପର୍ବ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କ,ସ୍ନେହ ଓ ଭଲ ପାଇବାର ପ୍ରତୀକ। ତେବେ ଜାଣନ୍ତୁ ରାକ୍ଷୀ ବାନ୍ଧିବା ସମୟରେ କିଛି ସରଳ ନିୟମର ପାଳନ କରିବା ନିତାନ୍ତ ଆବଶ୍ୟକ..
ରାକ୍ଷୀପୂର୍ଣ୍ଣିମା ଦିନ ଭାଇଭଉଣୀ ଉଭୟ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରନ୍ତୁ। ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ସହ ଭାଇଙ୍କ ମସ୍ତକରେ ରୁମାଲ ରଖନ୍ତୁ।
ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଉଚିତ। ଦକ୍ଷିଣ ଦିଗକୁ ମୁହଁ କରି ରାକ୍ଷୀ ବାନ୍ଧିବା ଉଚିତ ନୁହେଁ।
ଭାଇଙ୍କ ମଥାରେ ତିଳକ, ଚନ୍ଦନ, ଅକ୍ଷତ ଲଗାନ୍ତୁ। ମାତ୍ର ଅକ୍ଷତ (ଅରୁଆ ଚାଉଳ) ଗୋଟା ହେବା ଉଚିତ।
ରାକ୍ଷୀ ବାନ୍ଧିବା ପୂର୍ବରୁ ଏଥିରେ ୩ଟି ଗଣ୍ଠି ପକାନ୍ତୁ। ଏହା ମୁଖ୍ୟତଃ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କୁ ସମର୍ପିତ। ଏହାସହ ଏହି ୩ଟି ଗଣ୍ଠିରୁ ପ୍ରଥମ ଗଣ୍ଠି ଦୀର୍ଘାୟୁ, ୨ୟ ଗଣ୍ଠି ସୁଖସମୃଦ୍ଧି ଓ ୩ୟ ଗଣ୍ଠି ସର୍ମ୍ପକରେ ମଧୁରତା ଆଣିଥାଏ।



