nua o banner

୫୧ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି: ରିପୋର୍ଟ

BSKY banner  750×100
0

ନୂଆଦିଲ୍ଲୀ : ଗତ ୨୩ରେ ରାଜ୍ୟସଭାର ୫୮ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷିତ ହୋଇସାରିଛି। ତେବେ ରାଜ୍ୟସଭାର ୫୧ ଜଣ ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି ବୋଲି ଏନ୍‌ଇଡବ୍ଲ୍ୟୁ (ନ୍ୟାସନାଲ ଇଲେକ୍‌ସନ ୱାଚ୍‌) ଓ ଏଡିଆର (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌) ସଂସ୍ଥା ପକ୍ଷରୁ ମିଳିତଭାବେ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି। ରାଜ୍ୟସଭାର ମୋଟ ୨୩୩ ଜଣ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୨୨୯ ଜଣଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଅବଶିଷ୍ଟ ତିନିଜଣ ସାଂସଦଙ୍କ ସତ୍ୟପାଠ ନ ମିଳିବା ଫଳରେ ସେମାନେ ସର୍ଭେରୁ ବାଦପଡିଥିବା କୁହାଯାଇଛି।
ରାଜ୍ୟସଭାର ୨୨ ପ୍ରତିଶତ ଅର୍ଥାତ ୫୧ ଜଣ ସାଂସଦ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ବିଚାରାଧୀନ ରହିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ସାଂସଦଙ୍କ ବିରୋଧରେ ହତ୍ୟା, ବଳାତ୍କାର ଭଳି ଗୁରୁତର ଫୌଜଦାରୀ ମାମଲା ରୁଜୁ ହୋଇଥିବା ପ୍ରକାଶ। ମହାରାଷ୍ଟ୍ରର ଶିବସେନା ସାଂସଦ ଧୁତ୍‌ ରାଜକୁମାର ନନ୍ଦଲାଲ ତାଙ୍କ ବିରୋଧରେ ହତ୍ୟା ମାମଲା ଥିବା ସ୍ୱୀକାର କରିଥିବାବେଳେ ଦୁଇ ବିଜେପି ସାଂସଦ ଗୋପାଳ ନାରାୟଣ ସିଂହ (ବିହାର) ଓ ଭି.ମୁରଲୀଧରନଙ୍କ (ମହାରାଷ୍ଟ୍ର) ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଥିବା ପ୍ରକାଶ। ଦଳଗତ ଭିତ୍ତିରେ ବିଜେପିର ସର୍ବାଧିକ ଅର୍ଥାତ ୧୪ ଜଣ ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଥିବାବେଳେ କଂଗ୍ରେସ (୮ ଜଣ ) ଦ୍ୱିତୀୟ ସ୍ଥାନରେ ରହିଛି। ସେମାନଙ୍କ ପଛକୁ ଏଆଇଏଡିଏମକେ (୪) ଓ ସମାଜବାଦୀ ପାର୍ଟି (୩) ରହିଛନ୍ତି। ଗୁରୁତର ଫୌଜଦାରୀ ମାମଲା ରହିଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ୫ ଜଣ ରହିଥିବାବେଳେ ବିଜେପିର ୪, ଆରଜେଡିର ୨ ଓ ସମାଜବାଦୀ ପାର୍ଟି ଓ ବିଜେଡିର ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୨୦୧ ଜଣ କୋଟିପତି ହୋଇଥିବାବେଳେ ୮୪ ଜଣ ସାଂସଦ ସେମାନଙ୍କର ସମ୍ପତ୍ତି ୧୦ କୋଟି କିମ୍ବା ତଦୁଦ୍ଧ୍ୱର୍ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

Leave A Reply