www.samajalive.in
Tuesday, December 9, 2025
15.1 C
Bhubaneswar

ରାଜପଥ ହେବ ‘କର୍ତ୍ତବ୍ୟ ପଥ’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସଂଯୋଗକାରୀ ରାଜପଥ ନାମ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ରାଜପଥ’ର ନାମ ବଦଳାଇ ‘କର୍ତ୍ତବ୍ୟ ପଥ’ ରଖିବା ପାଇଁ ସ୍ଥିର ହୋଇଛି। ଉପନିବେଶବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କେନ୍ଦ୍ର ସରକାରଙ୍କ ଆଉ ଏକ ପଦକ୍ଷେପ ନିଆଯାଇଛି।
କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାମ ବଦଳିବ। ଏହାର ନାମ ‘କର୍ତ୍ତବ୍ୟ ପଥ’ ରଖାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମା ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଥିବା ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ‘କର୍ତ୍ତବ୍ୟ ପଥ’ ନାମରେ ପରିଚିତ ହେବ। ଉପନିବେଶବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କେନ୍ଦ୍ର ସରକାରଙ୍କର ଏହା ହେଉଛି ଆଉ ଏକ ପଦକ୍ଷେପ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ନଗରପାଳିକା ପରିଷଦ (ଏନ୍‌ଡିଏମ୍‌ସି) ପକ୍ଷରୁ ଆସନ୍ତା ୭ ତାରିଖରେ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ଏଥିରେ ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍‌ର ନାମ ‘କର୍ତ୍ତବ୍ୟ ପଥ’ ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇ ଏହାକୁ ପାରିତ କରାଯିବ ବୋଲି ସୂଚନା ମିଳିଛି।
ଗତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନରେ ଦେଶରେ ଉପନିବେଶବାଦ ସହିତ ଜଡ଼ିତ ହୋଇ ରହିଥିବା ସମସ୍ତ ପ୍ରତୀକ ଓ ଚିହ୍ନକୁ ଉଚ୍ଛେଦ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
କିଛି ଦିନ ତଳେ ଭାରତୀୟ ନୌସେନାର ପତାକାକୁ ହଟାଇ ଦିଆଯାଇ ନୂଆ ପତାକା ଅନାବରଣ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଥିଲେ। ପୁରୁଣା ପତାକା ଉପନିବେଶବାଦର ପରିଚୟ ବହନ କରୁଥିଲା ବୋଲି ସେ ଏହି ଅବସରରେ କହିଥିଲେ।
ସେହିପରି ଏହା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନ ଥିବା ଅଞ୍ଚଳର ରାସ୍ତାର ନାଁ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ଏହି ରାସ୍ତାର ନାଁ ‘ରେସ୍‌ କୋର୍ସ ରୋଡ୍’ ଥିବା ବେଳେ ଏବେ ରଖାଯାଇଛି ‘ଲୋକ କଲ୍ୟାଣ ମାର୍ଗ’।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories