ରାଜେନ୍ଦ୍ର କୁମାର ରଞ୍ଜିତ ହେବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ କୁଳସଚିବ

ଗୋପାଳପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳସଚିବ ଭାବେ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ନିଯୁକ୍ତି ଦିଆଯାଇଥିବା କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଜାରି କରାଯାଇଥିବା ସୂଚନା ମିଳିଛି । ପ୍ରକାଶିତ ବିଜ୍ଞପ୍ତି ନଂ ୨୨୭୧ ଅନୁସାରେ ଗଜପତି ଜିଲ୍ଲାରେ ଏ ଡି ଏମ ଭାବେ କାର୍ଯ୍ୟରତ   ଶ୍ରୀ ରଞ୍ଜନ ଆଗାମୀ ତିନିବର୍ଷ ପାଇଁ ବିଶ୍ୱବିଦ୍ୟାଳୟ କୁଳସଚିବ ଭାବେ କାର୍ଯ୍ୟ କରିବେ ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳସଚିବ ଭାବେ ପ୍ରଦୀପ କୁମାର ମିଶ୍ର କାର୍ଯ୍ୟ କରୁଥିଲେ । ସେ ଗତ ୨୦୨୧ ରେ ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ ।

Comments are closed.