www.samajalive.in
Monday, December 15, 2025
24.1 C
Bhubaneswar

ଅତ୍ୟନ୍ତ ପଛୁଆ ବର୍ଗ ମାନ୍ୟତା ପାଇଁ ଗୁଜ୍ଜରଙ୍କ ଆନ୍ଦୋଳନ

ଜୟପୁର : ‘ଅତ୍ୟନ୍ତ ପଛୁଆ ବର୍ଗ’ (ଏମ୍‌ବିସି) ମାନ୍ୟତା ପ୍ରଦାନ ସହ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ଦାବିରେ ରାଜସ୍ଥାନରେ ଗୁଜ୍ଜର ସମ୍ପ୍ରଦାୟର ଆନ୍ଦୋଳନ ବ୍ୟାପକ ହୋଇଛି। ସୋମବାର ଭରତପୁରଠାରେ ରେଳପଥ ଅବରୋଧ କରାଯାଇଛି। ଏହି ସମ୍ପ୍ରଦାୟର ଲୋକେ ରେଳ ଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ଦ୍ବାରା ଦିଲ୍ଲୀ-ମୁମ୍ବଇ ଓ ଆଗ୍ରା-ଜୟପୁର ଲାଇନ୍‌ରେ ରେଳ ଓ ବସ୍‌ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ବିକ୍ଷୋଭକାରୀ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରଖିବେ ବୋଲି ଗୁଜ୍ଜର ସମ୍ପ୍ରଦାୟର ନେତା ବିଜୟ ବୈଂଶଲ ଘୋଷଣା କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ୩ ରେଳ ଚଳାଚଳକୁ ବାତିଲ କରାଯିବା ସହ ୨୯ ଗାଡ଼ି ଗତିପଥ ପରିବର୍ତ୍ତନ କରାଯାଇଛି। ଆନ୍ଦୋଳନ ଯୋଗୁଁ ୧୦ରୁ ଅଧିକ ଜିଲାରେ ପ୍ରଶାସନ ପକ୍ଷରୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ପଲାଗୁ କରାଯାଇଛି। ମୋବାଇଲ ଓ ଇଣ୍ଟରନେଟ ନେଟୱର୍କ ବାତିଲ କରାଯାଇଛି। ଆଉ କେତେକ ଅଞ୍ଚଳରେ ୧୪୪ ଧାରା ଜରି କରାଯାଇଛି। ଦାବି ଉପରେ ବିଚାରବିମର୍ଶ ପାଇଁ ସରକାର ଗତ ୨୯ରେ କ୍ୟାବିନେଟ ବୈଠକ ଡକାଇ ଆଲୋଚନା କରିଥିଲେ; କିନ୍ତୁ ଡାକରା ସତ୍ତ୍ବେ ଏଥିରେ ଗୁଜ୍ଜର ନେତାମାନେ ଯୋଗ ଦେଇ ନ ଥିଲେ। ଇତିମଧ୍ୟରେ ସରକାର ସେମାନଙ୍କର ତିନିଟି ଦାବି ପୂରଣ କରିଥିଲେ ମଧ୍ୟ ସଂରକ୍ଷଣ ପ୍ରସଙ୍ଗରେ ନିଷ୍ପତ୍ତି ନେଇ ନାହାନ୍ତି। ସରକାରଙ୍କ ନିଷ୍ପତ୍ତ ଯଥେଷ୍ଟ ନୁହେଁ ବୋଲି ବୈଂଶଲ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories