www.samajalive.in
Monday, December 15, 2025
16.1 C
Bhubaneswar

କମଳ ନାଥଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ, ତାରକା ପ୍ରଚାରକ ମାନ୍ୟତା ରଦ୍ଦ କ୍ଷମତା ଇସିଙ୍କର ନାହିଁ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କର କୌଣସି ନେତାଙ୍କ ତାରକା ପ୍ରଚାରକ ମାନ୍ୟତା ରଦ୍ଦ କ୍ଷମତା ନାହିଁ ବୋଲି ଦର୍ଶାଇ କମଳ ନାଥଙ୍କ କ୍ଷେତ୍ରରେ ନିର୍ବାଚନ ଆୟୋଗ (ଇସି)ଙ୍କର ଏଭଳି ନିର୍ଦେଶ ଉପରେ ସୁପ୍ରିମକୋର୍ଟ ସୋମବାର ରହିତାଦେଶ ଜାରି କରିଛନ୍ତି। ନିର୍ବାଚନ ପାଇଁ କେଉଁ ନେତାଙ୍କୁ ତାରକା ପ୍ରଚାରକ ମାନ୍ୟତା ପ୍ରଦାନ କରାଯିବ ତାହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ଦଳର ଦାୟିତ୍ବ ବୋଲି ମତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏଦ୍‌.ଏ ବୋବଡେ। ‘ଆପଣଙ୍କୁଏଭଳି କ୍ଷମତା କିଏ ଦେଲା’ ଏବଂ ‘କୌଣସି ରାଜନୈତିକ ଦଳର ନେତା କିଏ ହେବେ ତାହା ସ୍ଥିର କରିବାର କ୍ଷମତା ଆପଣ କେଉଁଠୁ ପାଇଲେ’ ବୋଲି ପ୍ରଧାନ ବିଚାରପତି ଇସିଙ୍କୁ ପ୍ରଶ୍ନ କରିଛନ୍ତି। ପୁନଶ୍ଚ ‘ଆପଣ ନାଁ ସମ୍ପୃକ୍ତ ଦଳର ନେତା, କାହାର ତାରକା ପ୍ରଚାରକ ବାଛିବା ଦାୟିତ୍ବ’ ବୋଲି ଜଷ୍ଟିସ ବୋବଡେ ପ୍ରଶ୍ନ କରିଛନ୍ତି। ଏଥିସହିତ ଆବେଦନରେ କମଲ୍‌ ନାଥଙ୍କ ଯୁକ୍ତିର ଜବାବ ଦାଖଲ କରିବାକୁ ପୀଠ ଇସିଙ୍କୁ ନିର୍ଦେଶ ଦେଇଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା କମଲ୍‌ ନାଥଙ୍କ ତାରକା ପ୍ରଚାରକ ମାନ୍ୟତା ରଦ୍ଦ ନିମନ୍ତେ ଇସି ଗତ ଶୁକ୍ରବାର (୩୦ତାରିଖ) ନିର୍ଦେଶ ଦେଇଥିଲେ। ଏହା ବିରୋଧରେ କମଳ ନାଥ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏଭଳି ନିର୍ଦେଶ ଦେବା କ୍ଷମତା ଇସିଙ୍କର ନାହିଁ ବୋଲି ଦର୍ଶାଇଥିଲେ। ଜଷ୍ଟିସ ବୋବ୍‌ଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ପୀଠ ଏହି ଆବେଦନର ବିଚାର କରି ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ‘ଜନ ପ୍ରତିନିଧି ଆଇନ’ର ଧାରା-୭୭ ଅନୁସାରେ ରାଜନୈତିକ ଦଳର ନେତା କିଏ ହେ​‌ବେ ତାହା ସ୍ଥିର କରିବା କ୍ଷମତା ଇସିଙ୍କର ନାହିଁ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। କମଲ୍‌ ନାଥଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଉପସ୍ଥାପନ କରିଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଉପରେ କମଳ ନାଥଙ୍କ ଯୁକ୍ତିକୁ ଇସି ନ ଶୁଣି ଏକପାଖିଆ ଓ ଅନଧିକୃତ ନିଷ୍ପତ୍ତି ଶୁଣାଇଥିବା ସିବଲ ଦର୍ଶାଇଥିଲେ। ଇସିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀଙ୍କ ଯୁକ୍ତିକୁ ପୀଠ ଅଗ୍ରାହ୍ୟ କରିଥିଲେ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories