www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଶଂସକଙ୍କୁ ଜନ୍ମଦିନରେ ଉପହାର ଦେଲେ ରଜନୀକାନ୍ତ, ରିଲିଜ ହେଲା ପେଟାର ଟିଜର

ନୂଆଦିଲ୍ଲୀ : ଦକ୍ଷିଣ ଭାରତ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ବୁଧବାର ୬୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ବୁଧବାର ତାଙ୍କର  ୬୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଦର୍ଶକଙ୍କୁ ଏକ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପେଟାର ଟିଜର ରିଲିଜ କରିଛନ୍ତି। ପେଟାରେ ନିର୍ଦେଶନା ଭାର ତୁଲାଇଛନ୍ତି କାର୍ତ୍ତିକ ସୁବାରାଜ। ୨୦୧୯ମସିହା ଜାନୁୟାରୀ ୧୧ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ଚଳିତ ବର୍ଷ ରଜନୀଙ୍କ ଜନ୍ମଦିନ ବହୁତ ଖାସ୍। କାରଣ ନିକଟରେ ତାଙ୍କର ‘୨.୦’ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି। ୨.୦ଚଳଚ୍ଚିତ୍ର ବକ୍ସଅଫିସରେ ଭଲ ବ୍ୟାବସାୟ କରିବା ସହ ନୂଆନୂଆ ରେକର୍ଡ ସବୁ ସୃଷ୍ଠି କରିପାରିଛି। ଭାରତୀୟ ଚଳଚ୍ଚିତ୍ର ଜଗତକୁ ନୂଆ ଏକ ସ୍ଥାନରେ ପହଞ୍ଚାଇଥିବା ଏହି ନାୟକ ଚଳଚ୍ଚିତ୍ରରେ ଭୂମିକା ବ୍ୟତୀତ ଲୋକଙ୍କ ହୃଦୟରେ ମଧ୍ୟ ରାଜ୍ କରନ୍ତି । ଜଣେ ବସ୍ କଣ୍ଡକ୍ଟରରୁ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରିପାରିଛନ୍ତି ଏହି କଳାକାର। ରଜନୀକାନ୍ତଙ୍କ ପ୍ରଶଂସକ ତାଙ୍କୁ ଭଗବାନ ବୋଲି ମାନନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପହଂଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି । ରଜନୀକାନ୍ତଙ୍କ ଅସଲି ନାମ ଶିବାଜୀ ରାଓ ଗାୟକୱାଡ । ତାମିଲ ଓ ହିନ୍ଦୀ ଫିଲ୍ମରେ ଦମଦାର ଅଭିନୟ କରି ରଜନୀକାନ୍ତ କୋଟି କୋଟି ପ୍ରଶଂସକ କରିଛନ୍ତି । ତାଙ୍କ ଜନ୍ମ ୧୨ ଡିସେମ୍ବର ୧୯୫୦ରେ ବାଙ୍ଗାଲୁରୁରେ ହୋଇଥିଲା । ସେ ବର୍ଷ ୧୯୭୫ରେ ଫିଲ୍ମ ଅପୂର୍ବ ରାଙ୍ଗଗଲ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories