www.samajalive.in
Sunday, December 7, 2025
23.1 C
Bhubaneswar

ଆସୁଛି ରଜ; ବ୍ୟବସାୟିକ ପ୍ରତିଷ୍ଠାନରେ ଜମିଲା ଭିଡ଼, ପ୍ରଶାସନ ପାଇଁ ବଢ଼ିଲା ଚିନ୍ତା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲାରେ ଶନିବାର ଓ ରବିବାର ଦୁଇଦିନ ସଟ୍‍ଡାଉନ୍‍ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବା ଛାଡ଼ି ଦେଲେ ଅନ୍ୟ ସବୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଆଙ୍କ ଗଣପର୍ବ ରଜ ରବିବାରଠାରୁ ଆରମ୍ଭ ହେବ ଓ ମଙ୍ଗଳବାରରେ ଶେଷ ହେବ। ଏହି ତିନି ଦିନିଆ ପର୍ବକୁ ପାଳନ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଶେଷ କରି ଅବିଭକ୍ତ ପୁରୀ, କଟକ ଓ ବାଲେଶ୍ୱର ଜିଲାରେ ରଜ ଉତ୍ସବକୁ ଧୁମ୍‍ଧାମରେ ପାଳନ କରାଯାଉଛି। ତେବେ ସଟ୍‍ଡାଉନ୍‍ ଯୋଗୁ ପହିଲି ରଜ ପାଳନରେ ଫିକା ପଡ଼ିବା ଆଶଙ୍କା ରହିଛି। ତେବେ ଆଜି ଦୋକାନ ବଜାର ଖୋଲିବା ପରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ରଜ ପାଇଁ ସ୍ୱତନ୍ତ୍ର ଅଫର ଦିଆଯାଇଥିଲା। ରଜ ପର୍ବ ପାଳନ ପାଇଁ ଆଜିଠୁ ଜିନିଷ କିଣାବିକା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲୋକେ କରୋନା କଟକଣା ଭୁଲିଯିବା ସହିତ କିଏ ଆଗ ଜିନିଷ କିଣିବ ସେଥିନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିଲା। ଅଧିକାଂଶ ଲୋକ ସାମାଜିକ ଦୂରତା ବଜାୟ ରଖି ନ ଥିବାବେଳେ ଅନେକ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଫଳରେ ରଜ ପ୍ରସ୍ତୁତି ପାଇଁ ଏଭଳି ଭିଡ଼ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। କରୋନା ମହାମାରୀ ପ୍ରତିହତ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବାବେଳେ ଜିନିଷ କିଣିବା ଲାଗି ଲୋକେ ଯେଭଳି ଗହଳି କରୁଛନ୍ତି ତାକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିନେଇ ବ୍ୟାପକ ବିଚାର ବିମର୍ସ ଚାଲିଛି। ବୁଧବାର, ଗୁରୁବାର ଓ ଶୁକ୍ରବାର ତିନିଦିନ ଦୋକାନବଜାର ଖୋଲା ରହିବ। ଏସବୁ ଦିନଗୁଡ଼ିକରେ ରଜ ବ୍ୟବସାୟ ଖୁବ୍‌ ଜମିବ ଏବଂ ଲୋକେ ଭିଡ଼ ଜମାଇବେ। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଜାରି କରିଥିବା ନିର୍ଦେଶନାମା ପାଳନ କରିବା ଜରୁରୀ। ଜନସାଧାରଣ କରୋନା କଟକଣା ମାନି ଜିନିଷ କିଣାକିଣି କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories