www.samajalive.in
Monday, December 15, 2025
24.1 C
Bhubaneswar

ଫସିଥିବା ଶ୍ରମିକ ମାନଙ୍କ ପାଇଁ ସହଯୋଗର ହାତ ବଢ଼଼ାଇଲେ ବିଧାୟକ ରୋହିତ ପୂଜାରୀ

ସମ୍ବଲପୁର : ତେଲେଙ୍ଗାନା ରାଜ୍ୟର ବିଭିନ୍ନ ଇଟା ଭାଟି ଗୁଡିକରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ୨୮ ଜଣ ଶ୍ରମିକ ଓ ସେମାନଙ୍କର ପରିବାରବର୍ଗଙ୍କୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଇଟାଭାଟି ମାଲିକ ମାନେ ବିନା ପାଉଣା ଦେଇ ତଡି ଦେଇଛନ୍ତି। ଏହି ଶ୍ରମିକ ମାନେ ସମ୍ବଲପୁର ଜିଲାର ଧମା ଅଞ୍ଚଳର ନିବାସୀ ହୋଇଥିବା ବେଳେ ପ୍ରାୟ ୬ ମାସ ତଳେ ଏକ ଦଲାଲ ତାଙ୍କୁ ସେଠାକୁ ନେଇଥିଲା। ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଇଟା ଭାଟି ମାଲିକ ତଡି ଦେଇଥିବାରୁ ସେମାନଙ୍କ ନିକଟରେ ଏବେ ଟଙ୍କାପଇସା ନ ଥିବାରୁ ଭୋକ ଉପାସରେ ପ୍ରାୟ ୩ ଦିନ ହେବ ସିକନ୍ଦରାବାଦ ରେଳ ଷ୍ଟେସନରେ ପଡ଼ି ରହିଛନ୍ତି। ଓଡ଼ିଶା ଫେରିବାକୁ ଶତଚେଷ୍ଟା ସତ୍ୱେ କୌଣସି ସହାୟତା ମିଳି ନ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ସହାୟତାର ହାତ ବଢ଼଼ାଇଛନ୍ତି।

ଏହି ଖବର ପାଇବା ପରେ ତୁରନ୍ତ ଇଂ ପୂଜାରୀ ହାଇଦ୍ରାବାଦ ସ୍ଥିତ ତାଙ୍କର ପରିଚିତ ବ୍ୟକ୍ତି ଅବିନାଶ ପାଢ଼ୀ, ଲକ୍ଷ୍ମୀକାନ୍ତ ପଟେଲ ଓ ରଜତ ପଣ୍ଡାଙ୍କୁ ଯୋଗାଯୋଗ କରି ସହାୟତା କରିବା ପାଇଁ ଅନୁରୋଧ କରିଥିଲେ। ଏଣୁ ଏହି ବ୍ୟକ୍ତି ମାନେ ତୁରନ୍ତ ଶ୍ରମିକ ଓ ପରିବାରବର୍ଗଙ୍କୁ ସହାୟତା ଯୋଗାଇବା ସହିତ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ଅନ୍ୟ ପକ୍ଷରେ ବିଧାୟକ ଇଂ ପୁଜାରୀ ସମ୍ବଲପୁର ଜିଲାପାଳ ଶୁଭମ୍ ସାକ୍ସସେନାଙ୍କୁ ଏ ସର୍ମ୍ପକରେ ଅବଗତ କରାଇ ବିହିତ ପଦକ୍ଷେପ ନେବା ପାଇଁ କହିଥିଲେ। ଜିଲାପାଳ ଏହି ମାମଲାରେ ତୁରନ୍ତ ବିହିତ ପଦକ୍ଷେପ ନେଇ ସିକନ୍ଦରାବାଦ(ହାଇଦ୍ରାବାଦ) ରେ ଫସି ରହିଥିବା ଶ୍ରମିକ ଓ ସେମାନଙ୍କର ପରିବାରବର୍ଗଙ୍କୁ ସମ୍ବଲପୁର ଆଣିବାର ବ୍ୟବସ୍ଥା କରୁଥିବାର ଜଣାପଡ଼ିଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories