ବର୍ଷା ଋତୁରେ ଖାଦ୍ୟପେୟ ପ୍ରତି ସଚେତନତା

0

ବର୍ଷାର ଆରମ୍ଭ ହେଲେ, ପ୍ରତ୍ୟେକ ବର୍ଗର ଲୋକେ ସଚେତନ ହେବା ଆବଶ୍ୟକ। ବିଶେଷ କରି ବୟସ୍କ ଓ ପିଲାଙ୍କ ନିମନ୍ତେ ପରିବାରଲୋକେ ଯତ୍ନବାନ୍ ହେବା ଉଚିତ। କାରଣ ଏଇ ଦିନେ ସଂକ୍ରମଣ ବ୍ୟାପିବାର ଭୟ ସର୍ବାଧିକ। ଏଣୁ ଘରେ ପ୍ରସ୍ତୁତ ଖାଦ୍ୟ ହିଁ ଖାଇବା ସବୁଠୁ ନିରାପଦ ବୋଲି ବିଶେଷଜ୍ଞଙ୍କ ମତ।
ଫ୍ରିଜ୍‌ରେ ଖାଦ୍ୟ ରଖି ଖାଉଥିଲେ, ତାହାକୁ ଭଲଭାବେ ମାଇକ୍ରୋୱେଭ୍ କରି ଖାଇବା ଉଚିତ। ଏହା ଯେପରି ସଦ୍ୟ ପ୍ରସ୍ତୁତ ବ୍ୟଞ୍ଜନ ପରି ସୁଆଦ ଲାଗିଥାଏ।
ଛଣାଛଣି ଖାଦ୍ୟ ବର୍ଷାଦିନେ ଖାଇବାକୁ ଅଧିକ ଭଲଲାଗେ। ତେବେ ବାହାରୁ କିଣି ଖାଇବା ଅପେକ୍ଷା ଏସବୁ ଘରେ ହିଁ ପ୍ରସ୍ତୁତ କରନ୍ତୁ।
ରାସ୍ତାକଡ଼ ଦୋକାନରୁ ଖାଦ୍ୟ ଖାଇବା କିମ୍ବା ଚା’ ପିଇବା ଏଇଦିନେ ନ କରିବା ଉଚିତ।
ଧ୍ୟାନରେ ରଖିବେ, ରୋଷେଇ ଯେଉଁ ସମୟରେ କରିଥିଲେ ମଧ୍ୟ ତାହାକୁ ଗରମ କରି ଖାଇବେ।
ଫଳ ଓ ପନିପରିବାକୁ ଭଲଭାବେ ଧୋଇ ଖାଆନ୍ତୁ। ସେଥିରେ ପୋକ ଥିବାର ଭୟ ରହିଛି।

kalyan agarbati
Leave A Reply