www.samajalive.in
Sunday, December 7, 2025
26.1 C
Bhubaneswar

ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ; ସ୍ଥିତି ଉପରେ ରହିଛି ନଜର – ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଫଳରେ ବିିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ ଆଜି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର।
ଉପର ମୁଣ୍ଡରେ ଅଧିକ ଜଳ ଛଡାଗଲେ ସ୍ୱଳ୍ପ ବନ୍ୟା ଆସିପାରେ। କାଲି ସକାଳ ୮ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍‍ ଜଳ ଛୁଇଁବ। ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ପାଇଁ ଚାପ ପଡୁଛି। ହୀରାକୁଦର ଅଧିକ ଗେଟ୍‍ ଖୋଲିବା ପାଇଁ ଚାପ ପାଉଛନ୍ତି। ମାତ୍ର ଆମେ ସ୍ଥିତି ଦେଖି ନିଷ୍ପତ୍ତି ନେବୁ । ବର୍ତ୍ତମାନ ହୀରାକୁଦର ୨୮ଟି ଗେଟ୍‍ ଖୋଲା ଅଛି,ଆଗକୁ ବଢିପାରେ। ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢୁଛି। ଏହାଉପରେ ନଜର ରଖାଯାଇଛି ବୋଲି ଇଆଇସି କହିଛନ୍ତି। ଛତିଶଗଡ ସହଯୋଗ କରୁନଥିବା ନେଇ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦଚନ୍ଦ୍ର ସାହୁଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଜଳସ୍ତର ବଢିଲେ ହଠାତ୍‍ ପାଣି ଛାଡି ଦେଉଛି,ପୂର୍ବରୁ ସୂଚନା ଦେଉନି। ଫଳରେ ହୀରାକୁଦ ଡ୍ୟାମ ଜଳ ନିୟନ୍ତ୍ରଣରେ ସମସ୍ୟା ହେଉଛି। ରାଜ୍ୟରେ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଅସୁବିଧା ହେଉଛି। ସିଡବ୍ଲ୍ୟୁସିର ସୂଚନା ଆଧାରରେ ଜଳ ନିୟନ୍ତ୍ରଣ କରାଯାଉଛି। ଉଭୟ ମୌସୁମୀ ଓ ଅଣ ମୌସୁମୀରେ ଓଡିଶା ସମସ୍ୟାରେ ପଡୁଛି। ବର୍ତ୍ତମାନ ୨୮ଟି ଗେଟ୍‍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ। ପ୍ରବେଶ କରୁଛି ୪ ଲକ୍ଷ ୬୮ ହଜାର କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୪ ଲକ୍ଷ ୧୧ ହଜାର କ୍ୟୁସେକ ଜଳ।
ସେହିପରି ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଲା। ଦିନ ୧୨ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୭.୮୮ ମିଟର। ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର।
ଏହାସହ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ସମ୍ଭାବନା ରହିଛି।
ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଜିଲାରେ ପ୍ରବଳ ବର୍ଷିବ। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା। ଆଭ୍ୟନ୍ତର ଜିଲା କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ଅବଶିଷ୍ଟ ୧୬ ଜିଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ। ଆସନ୍ତାକାଲି ବର୍ଷାର ପରିମାଣ ଆଜି ଠାରୁ ଅଧିକ ରହିବ।
ଆସନ୍ତାକାଲି ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରର ୧୬ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କାଲି ବଲାଙ୍ଗୀର,ବରଗଡ,କଳାହାଣ୍ଡି ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories