www.samajalive.in
Monday, December 15, 2025
16.1 C
Bhubaneswar

ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା : ଡରାଉଛି ମେଘୁଆ ପାଗ

ଭୁବନେଶ୍ବର :  ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଛି। ୭ ତାରିଖରୁ ମେଘୁଆ ପାଗରେ ପରିବର୍ତ୍ତନ ଆସି ଖରାଟିଆ ପାଗ ରହିଥିଲା। ଶୁଖିଲା ପାଗକୁ ଦେଖି ଲୋକେ ଟିକିଏ ଆଶ୍ବସ୍ତି ଅନୁଭବ କଲା ବେଳକୁ ଗୁରୁବାର ପୁଣି ସାରା ରାଜ୍ୟରେ ମେଘୁଆ ପାଗ ଦେଖିବାକୁ ମିଳିଛି। ପ୍ରାୟ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। କୋହଲା ପାଗ ସହିତ ମଝିରେ ମଝିରେ ସୁଲୁସୁଲିଆ ପବନ ବହୁଥିଲା। ଦିନ ତମାମ ପାଗ ମେଘୁଆ ରହିବା ଯୋଗୁଁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିଲା। ଏଭଳି ପାଗ ଚାଷୀକୁଳକୁ ପୁଣି ଡରାଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଏକ ନିମ୍ନ-ଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ୩ରୁ ୪ ଡିଗ୍ରୀ ତାପମାତ୍ରା କମିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ, ଫୁଲବାଣୀରେ ୧୪.୫ ଡିଗ୍ରୀ ଏବଂ ବଲାଙ୍ଗୀରରେ ୧୪.୭ ଡିଗ୍ରୀ ରେକର୍ଡ କରାଯାଇଛି।
ଗୁରୁବାର ଭୁବନେଶ୍ବର, କଟକ, ପାରାଦ୍ବୀପ, ଚାନ୍ଦବାଲି, ବାଲେଶ୍ବର, ଗୋପାଳପୁର, ପୁରୀ, ଅନୁଗୋଳ, ବାରିପଦା, କେନ୍ଦୁଝର, ସମ୍ବଲପୁର, ତାଳଚେର, କୋରାପୁଟ, ଦାରିଙ୍ଗବାଡି, ନୟାଗଡ, ବୌଦ୍ଧ ଏବଂ ପାରଳାଖେମୁଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା କାରଣରୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଛି। ଡିସେମ୍ବରରେ ଅଦିନିଆ ବର୍ଷା ଲୋକଙ୍କୁ କଷ୍ଟ ଦେଉଛି। ବିଶେଷକରି ଅମଳ ସମୟରେ ଚାଷୀକୁଳକୁ ଏହା ଅଧିକ ପ୍ରଭାବିତ କରିଛି। ଥଣ୍ଡା ପବନ ବହୁ ଥିବାରୁ ଦିନରେ ଶୀତ ଲାଗି ରହିଛି। ବିଭିନ୍ନ ସ୍ଥାନ‌େ‌ର ଦିନ ତାପମାତ୍ରା ହ୍ରାସ ପାଇଛି।
ଡରାଉ

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories