୪ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

0

କଟକ: ଦକ୍ଷିଣ ଓଡିଶାର ଅନେକ ସ୍ଥାନ ସମେତ ଉତ୍ତର ଓଡିଶାର ଅଳ୍ପ କେତୋଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଓ ଗଜପତି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସାଙ୍ଗକୁ ବଜ୍ରପାତର ପୂର୍ବାନୁମାନ କରାଯାଇଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡାର ବୋଡେନ ଠାରେ ସର୍ବାଧିକ ୬ ସେମି ବର୍ଷା ରେକର୍ଡ କରାଯାଇଛି ।

Leave A Reply