www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରେନର ବେଗ ସହି ନପାରି ଭୁଶୁଡି ପଡ଼ିଲା ରେଳ ଷ୍ଟେସନ କୋଠା

ବୁରହାନପୁର (ମଧ୍ୟପ୍ରଦେଶ) : ଏକ ରେଳ ଷ୍ଟେସନ ବିଲଡିଂ ଏକ ହାଇ ସ୍ପିଡ୍ ଏକ୍ସପ୍ରେସ ଟ୍ରେନର ବେଗ ବା କମ୍ପନକୁ ସହ୍ୟ କରି ନ ପାରି ଭୁଶୁଡି ପଡିଛି । ବୁଧବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ଚାନ୍ଦନୀ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି। ଏହି ଷ୍ଟେସନ କେନ୍ଦ୍ରୀୟ ରେଳବାଇର ଭୁସାୱାଲ ରେଳ ବିଭାଗ ଅଧୀନରେ ଆସିଛି।
ସୂଚନାନୁସାରେ, ପୁଷ୍ପକ ଏକ୍ସପ୍ରେସ ନେପାଳନଗର ଏବଂ ଆସିରଗଡ ରେଳ ଷ୍ଟେସନ ମଧ୍ୟରେ ଘଂଟା ପ୍ରତି ୧୧୦ କିଲୋମିଟର ବେଗରେ ଯାଉଥିଲା। ବୁଧବାର ଦିନ ୪ ଟା ସମୟରେ ଏହା ଚାନ୍ଦନୀ ରେଳ ଷ୍ଟେସନ ଦେଇ ଯାଉଥିଲା। ପ୍ରାୟ ୧୪ ବର୍ଷ ପୂର୍ବେ ନିର୍ମିତ ଷ୍ଟେସନ ବିଲଡିଂ ଟ୍ରେନର ଗତି ବା କମ୍ପନକୁ ସହ୍ୟ କରିପାରି ନଥିଲା ଏବଂ ଏହା ଭୁଶୁଡି ପଡିଥିଲା।
ସହକାରୀ ଷ୍ଟେସନ ମାଷ୍ଟର ପ୍ରଦୀପ କୁମାର ପାୱାର ଟ୍ରେନକୁ ସବୁଜ ସଙ୍କେତ ଦେଖାଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଘଟଣା ଘଟିବା ସମୟରେ ବିଲ୍ଡିଂରେ କେହି ଉପସ୍ଥିତ ନଥିଲେ।

Image Source : freepressjournal.in

ସୂଚନା ପାଇବା ପରେ, ରେଳବାଇର ବରିଷ୍ଠ ଅଧିକାରୀମାନେ, ଆରପିଏଫ୍ ଏବଂ ଜିଆରପି ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ଲାଟଫର୍ମରୁ ଆବର୍ଜନା ସଫା କରିଥିଲେ। ଏହି ଅଘଟଣ ଯୋଗୁଁ, ଅନେକ ଟ୍ରେନ୍ ର ଯାତ୍ରା ବିଳମ୍ବିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ସବୁଠାରୁ ବ୍ୟସ୍ତବହୁଳ ଟ୍ରାକ ମଧ୍ୟରୁ ଗୋଟିଏ ଏବଂ ଦୈ ନିକ ଅନେକ ଟ୍ରେନ୍ ଏହି ଟ୍ରାକରେ ଯାଇଥାଏ।
ଭୁସାୱାଲ ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆରଏମ), ବିବେକ କୁମାର ଗୁପ୍ତା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କୋଠାର ଏକ ଅଂଶ ଭୁଶୁଡି ପଡିଛି । ସେ କହିଛନ୍ତି, “ଭୁଶୁଡ଼ି ପଡ଼ିବାର ପ୍ରକୃତ କାରଣ ଜାଣିବାକୁ ଅନୁସନ୍ଧାନ କରାଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories