ବନ୍ଦ ହେବ ନାହିଁ ଗରିବ ରଥ : ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗରିବ ରଥ ଟ୍ରେନ ଚଳାଚଳ ବନ୍ଦ ହେବ ନାହିଁ । ପୂର୍ବ ଭଳି ଗରିବ ରଥ ଟ୍ରେନ ଚଳାଚଳ ଜାରି ରହିବ ବୋଲି ଶୁକ୍ରବାର ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରି ଜଣାଯାଇଛି ଯେ ଗରିବମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଟ୍ରେନରେ ଯାତ୍ରାର ସ୍ବପ୍ନ ସାକାର କରିବା ଲାଗି ୨୦୦୬ରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗରିବ ରଥ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏବେ ଦେଶରେ ୨୬ଟି ଗରିବ ରଥ ଟ୍ରେନ ଚଳାଚଳ କରୁଛି । ଗରିବ ରଥରେ ୧୨ଟି ବଗି ଥିବାବେଳେ ସବୁଗୁଡ଼ିକ ୩ୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ। କମ ମୂଲ୍ୟରେ ଶୀତତାପ ନିୟନ୍ତ୍ରିତ (ଏସି) ସେବା ଯୋଗାଉ ଥିବାରୁ ଏହି ଟ୍ରେନଗୁଡ଼ିକ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଏହି ଟ୍ରେନ ଚଳାଚଳ ବନ୍ଦ ହେବ ନାହିଁ ।

prayash

ତେବେ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା କାଠଗୋଦାମ-ଜାମ୍ମୁ ସେଣ୍ଟ୍ରାଲ ଗରିବ ରଥ (ନଂ ୧୨୨୦୭/୦୮) ଏବଂ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବ ରଥ ୯ନଂ ୧୨୨୦୯/୧୦) ଟ୍ରେନ ଚାଳଚଳ ଅଗଷ୍ଟ ୪ରୁ ପୁନଃ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ ଗରିବ ରଥ ଟ୍ରେନଗୁଡ଼ିକୁ ମେଲ୍‌ ଏକ୍ସପ୍ରେସରେ ବଦଳାଇ ଦିଆଯିବ ବୋଲି ଖବର ପ୍ରକାଶ ପାଇଥିଲା । ଏହାକୁ ଖଣ୍ଡନ କରି ରେଳ ମନ୍ତ୍ରାଳୟ ଉପରୋକ୍ତ ସୂଚନା ଦେଇଛି । ଗରିବ ରଥ ଟ୍ରେନ ଯାତ୍ରୀଭଡ଼ାରେ କୌଣସି ପରିବର୍ତ୍ତନ ହେବ ନାହିଁ ଓ ଆଗରୁ ଲୋକେ ଯେପରି ଶସ୍ତା ଯାତ୍ରା କରୁଥିଲେ ଏବେ ବି କରିପାରିବେ ବୋଲି କୁହାଯାଇଛି ।

kalyan agarbati

Comments are closed.