୩୫ ବର୍ଷରେ ରେଳ ବିଭାଗରେ  ସବୁଠାରୁ କମ୍‌ ଦୁର୍ଘଟଣା, ପ୍ରଥମ ଥର ପାଇଁ ୧୦୦ରୁ କମ

0

ନୂଆଦିଲ୍ଲୀ: ୨୦୧୭-୨୦୧୮ ଆର୍ଥିକ ବର୍ଷରେ  ରେଳ ବିଭାଗରେ ସବୁଠାରୁ କମ୍‌ ଦୁର୍ଘଟଣା ହୋଇଛି । ଏହି ଆର୍ଥିକ ବର୍ଷରେ ୧୦୦ରୁ କମ୍‌  ଦୁର୍ଘଟଣା ହୋଇଛି । ଏହା ଗତ ୩୫ ବର୍ଷରେ ସବୁଠାରୁ କମ୍‌ । ଏହି ଆର୍ଥିକ ବର୍ଷରେ ୭୩ଟି ଦୁର୍ଘଟଣା ରହିଛି ।  ୨୦୧୬-୧୭ ଆର୍ଥିକ ବର୍ଷରେ ୧୦୪ଟି ଦୁର୍ଘଟଣା ହୋଇଥିଲା । ଚଳିତ ବର୍ଷ ୨୯ ପ୍ରତିଶତ କମ୍‌ ଦୁର୍ଘଟଣା ହୋଇଛି ବୋଲି ରେଳ ବୋର୍ଡ  ଚେୟାରମ୍ୟାନ  ଅଶ୍ୱାନୀ ଲୋହାନୀ କହିଛନ୍ତି ।

୨୦୧୪-୧୫ରେ  ୧୩୫ଟି ରେଳ ଦୁର୍ଘଟଣା ହୋଇଥିଲା । ୨୦୧୫-୧୬ରେ ୧୦୭ଟି ଓ ୨୦୧୬-୧୭ରେ ୧୦୪ଟି ରେଳ ଦୁର୍ଘଟଣା ହୋଇଥିଲା । ସେହି ପରି ରେଳ ଗାଡି ଲାଇନ୍‌ଚ୍ୟୁତ ହେବା ବି କମିଛି । ୨୦୧୬-୧୭ରେ ୬୮ଟି ଗାଡି ଲାଇନଚ୍ୟୁତ ହୋଇଥିବା ବେଳେ ୨୦୧୭-୧୮ରେ ଏହା ୩୯କୁ କମି ଆସିଛି । ରେଳ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଅତି ଉନ୍ନତ ସୁରକ୍ଷା ପ୍ରଣାଳୀ ଓ ଯନ୍ତ୍ରାଂଶ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

Leave A Reply