ରେଳବାଇ ପୁସ୍ତକର ପ୍ରଚ୍ଛଦ ପଟ୍ଟରେ ଓଡିଆ କଳାକାରଙ୍କର କଳାକୃତି

0

କଟକ: ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ  ‘ଉପଲବ୍ଧି ପୁସ୍ତିକା’ର ପ୍ରଚ୍ଛଦ ପଟ୍ଟରେ ଓଡିଆ କଳାକାରଙ୍କ ଦ୍ୱାର ଅଙ୍କା ଯାଇଥିବା ଚିତ୍ର ସ୍ଥାନ ପାଇଛି । ପୂର୍ବତଟ ରେଳବାଇରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଶ୍ୟାମସୁନ୍ଦର ଏହି ଚିତ୍ର ଆଙ୍କିଛନ୍ତି । ମହାତ୍ମାଗାନ୍ଧି ରେଳରୁ ଓହ୍ଲାଇବା ସମୟରେ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିବାର ଦୃଶ୍ୟକୁ ଶ୍ୟାମସୁନ୍ଦର ନିଜ ତୂଳୀ ମାଧ୍ୟମରେ ଚିତ୍ରରେ ପ୍ରକାଶ କରିଛନ୍ତି । ଏହି ଚିତ୍ର ପାଇଁ ରେଳ ମନ୍ତ୍ରୀ ତାଙ୍କୁ ଦିଲ୍ଲୀରେ ସମ୍ମାନିତ କରିଛନ୍ତି । ଜୁନ୍‌ ୧୨ ତାରିଖରେ ଏଥିପାଇଁ ଶ୍ୟାମ ସୁନ୍ଦରଙ୍କୁ ସମ୍ମାନିତ କରାଯାଇଛି ।

କିଛି ଦିନ ତଳେ ରେଳବିଭାଗ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାରେ ଶ୍ୟାମସୁନ୍ଦରଙ୍କର ଚିତ୍ରଟି ପୁରସ୍କୃତ ହୋଇଥିଲା ।  ଶ୍ୟାମ ସୁନ୍ଦର ଗତ ଦଶ ବର୍ଷ ଧରି ରେଳ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଛନ୍ତି । ଏହା ପୂର୍ବରୁ ତାଙ୍କର ୨ଟି ଚିତ୍ରକୁ ପ୍ରତ୍ୟାଖାନ କରାଯାଇଥିଲା ।  ଏହି ଚିତ୍ରରେ ଗାନ୍ଧିଜୀ ଅନ୍ୟମାନଙ୍କ ସହ  ଏକ କୋଠରୀକୁ ଦେଖିବାର ଦୃଶ୍ୟଥିଲା । ଅନ୍ୟ ଚିତ୍ରରେ ଗାନ୍ଧୀଙ୍କର ମୁହଁ ଅସ୍ପଷ୍ଟ ରହିଥିଲା । ଶ୍ୟାମସୁନ୍ଦର କଳା ଓ ହସ୍ତକଳାରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ରେଳ ମନ୍ତ୍ରୀ ଶ୍ୟାମସୁନ୍ଦରଙ୍କୁ ସମ୍ମାନିତ କରିବା ଅବସରରେ  ତାଙ୍କ ସହ ହାତ ମିଳାଇବା ସହ ଚିତ୍ରର ପ୍ରଶଂସା କରିଥିବା କଥା ସେ ପ୍ରକାଶ କରିଛନ୍ତି ।

 

Leave A Reply