www.samajalive.in
Wednesday, December 10, 2025
15.1 C
Bhubaneswar

ଓଡ଼ିଶାରେ ରାହୁଲ ଗାନ୍ଧୀ : ଜୟ ଜଗନ୍ନାଥରୁ ଆରମ୍ଭ, ଜୟ ହିନ୍ଦରେ ଶେଷ

ଭୁବନେଶ୍ୱର : ଜୟ ଜଗନ୍ନାଥ କହି ଓଡ଼ିଆ ମାନଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭୁବନେଶ୍ୱର ତମାଣ୍ଡୋ ମିନି ଷ୍ଟାଡିୟମରେ କଂଗ୍ରେସର ଆୟୋଜିତ ସଭାରେ ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ନିଜର ୩୫ ମିନିଟ ଭାଷଣରେ ରାହୁଲ ଲୋକମାନଙ୍କ ଆଗରେ ପ୍ରତିଶୃତିର ତାଲିକା ରଖିଥିଲେ। ସରକାରକୁ ଆସିଲେ ୧୦ ମଧ୍ୟରେ ଋଣ ଛାଡ, ସମସ୍ତ ଜିଲାରେ ଫୁଡ ପ୍ରୋସେସିଙ୍ଗ ୟୁନିଟ ଖୋଲିବା, ଯୁବକଙ୍କୁ ନିଯୁକ୍ତି, ଆଦିବାସୀ ମାନଙ୍କ ଜଙ୍ଗଲ ଜମି ରକ୍ଷା କରିବା ଭଳି ବହୁ ଗୁରୁତୁପୁର୍ଣ୍ଣ ପ୍ରତିଶୃତି ପାଳନ କରିବ ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀ ନିଜର ସମସ୍ତ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀଙ୍କୁ ଚୌକିଦାର ଚୋର କହୁଥିବା ବେଳେ ନବୀନ ପଟ୍ଟନାୟକ ଚିଟଫଣ୍ଡ ଚୋର ବୋଲି କହିଥିଲେ। ନବୀନ ପଟ୍ଟନାୟକଙ୍କ ରିମୋର୍ଟ ଚୌକିଦାରଙ୍କ ପାଖରେ ଅଛି ବୋଲି ରାହୁଲ କହିଛନ୍ତି।
କଂଗ୍ରେସର ଅଧ୍ୟକ୍ଷଙ୍କ ଏଭଳି ଆକ୍ରମଣ କରି ଉପସ୍ଥିତ ଥିବା ଜନସାଧାରଣଙ୍କ ମନ ଜିତିଥିବା ଦେଖିବାକୁ ମିଳିଥିଲା। ଅଛେଦିନ ଆୟେଙ୍ଗେ ନାରା ବଦଳି ଚୌକିଦାର ଚୋର ନାରା ଲୋକମାନେ କହୁଥିବା ରାହୁଲ କହିଛନ୍ତି। ରାଫେଲ ଡିଲ ଘୋଟାଲା ହେବାଦ୍ୱାରା ଓଡ଼ିଶାର ଯୁବକ ମାନଙ୍କୁ ରୋଜଗାର ମିଳିପାରିନାହିଁ। ଏଭଳି ଅନେକ ପ୍ରସଙ୍ଗରେ ରାହୁଲ ମୋଦୀ ଓ ନବୀନଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories