www.samajalive.in
Tuesday, December 9, 2025
26.1 C
Bhubaneswar

ରାହୁଲଙ୍କ ନାଗରିକତ୍ବକୁ ନେଇ ବିବାଦ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ବକୁ ନେଇ ବିବାଦ ମୁଣ୍ଡ ଟେକିଛି। ରାହୁଲ ବ୍ରିଟିଶ ନାଗରିକ ବୋଲି ଦର୍ଶାଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ପକ୍ଷରୁ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏହା ଉପରେ ୧୫ ଦିନ ମଧ୍ୟରେ ଜବାବ ଉପସ୍ଥାପନ କରିବାକୁ ରାହୁଲଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ନୋଟିସ ଜାରି କରାଯାଇଛି। ସୁବ୍ରମଣ୍ୟମଙ୍କ ଚିଠି ସମ୍ବନ୍ଧରେ ପ୍ରକାଶ କରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୦୩ରେ ବ୍ୟାକଅପ୍‌ସ ଲିମିଟେଡ ନାମରେ ବ୍ରିଟେନରେ ଏକ କମ୍ପାନୀ ପଞ୍ଜୀକୃତ ହୋଇଥିଲା। ଏଥିରେ ଠିକଣା ୫୧ ସାଉଥଗେଟ୍‌ ଷ୍ଟ୍ରିଟ, ୱିନଚେଷ୍ଟର, ହମ୍ପସାୟର ଏସ୍ଓ୨୩୯ଇଏଚ ଦର୍ଶାଯାଇଥିବା ବେଳେ କମ୍ପାନୀର ଅନ୍ୟତମ ନିର୍ଦେଶକ ତଥା ସମ୍ପାଦକ ଭାବେ ରାହୁଲଙ୍କ ନାମ ଉଲ୍ଲେଖ କରାଯାଇଥିଲା। ୨୦୦୫ ଅକ୍ଟୋବର ୧୦ରୁ ୨୦୦୬ ଅକ୍ଟୋବର ୩୧ ମଧ୍ୟରେ କମ୍ପାନୀର ବାର୍ଷିକ ଆୟକର ପୈଠ ବେଳେ ରାହୁଲଙ୍କ ଜନ୍ମ ତାରିଖ ୧୯୭୦ ଜୁନ ୧୯ ଉଲ୍ଲେଖ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରାହୁଲ ବ୍ରିଟେନର ନାଗରିକ ବୋଲି ସେଥିରେ ଦର୍ଶାଯାଇଛି। କମ୍ପାନୀ ବନ୍ଦ କରିବା ନେଇ ୨୦୦୯ ଫେବୃଆରୀ ୧୭ରେ ପ୍ରଦାନ କରାଯାଇଥିବା ଆବେଦନରେ ମଧ୍ୟ ରାହୁଲ ବ୍ରିଟିଶ ନାଗରିକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନାଗରିକତ୍ବ ବିଭାଗ ନିର୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଛି ଚିଠିରେ ଉଲ୍ଲେଖ କରାଯାଇଛି।
କିନ୍ତୁ କଂଗ୍ରେସ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହିତ ଏହା ବିଜେପିର ଏକ ରାଜନୈତିକ ଗୋଟି ଚାଳନା ବୋଲି ଦର୍ଶାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂ​‌େ​‌ର୍ଯ୍ୟୱାଲ କହିଛନ୍ତି ରାହୁଲ ଜନ୍ମରୁ ଭାରତୀୟ ବୋଲି ସମଗ୍ର ବିଶ୍ବ ଜାଣେ। ବେରୋଜଗାରୀ, କୃଷକ ସମସ୍ୟା ଓ କଳାଧନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୌଣସି ସୂଚନା ନ ଥିବାରୁ ବିଜେପି ରାହୁଲଙ୍କ ବିରୋଧରେ ଏଭଳି ମିଥ୍ୟା ଆରୋପ ଆଣିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଆମେଥିରୁ ପ୍ରାର୍ଥିପତ୍ର ଦାଖଲ ବେ​‌େଳ ରାହୁଲ ପ୍ରଦାନ କରିଥିବା ସତ୍ୟପାଠରେ ମଧ୍ୟ ପାର୍ଥକ୍ୟ ରହିଥିବା ବିଜେପି ଅଭିଯୋଗ କରିଛି। କିନ୍ତୁ ତାଙ୍କ ପ୍ରାର୍ଥିପତ୍ର ବୈଧ ବୋଲି ରିଟର୍ଣ୍ଣିଂ ଅଧିକାରୀ ପ୍ରକାଶ କରିଛନ୍ତି। ରାହୁଲ ନିଜକୁ ଉକ୍ତ ଆୟକର ଦାଖଲପତ୍ରରେ ବ୍ରିଟେନ ନାଗରିକ ଉଲ୍ଲେଖ କରିଥିବା ଦର୍ଶାଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ସାଂସଦ ଭାବେ ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାକୁ ଏକ ଆବେଦନ ହୋଇଛି। ରାହୁଲଙ୍କ ପାଇଁ ବିପଦ ବଢିଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ରାହୁଲ ଭାରତରେ ଜନ୍ମିତ ଓ ପାଳିତ ବୋଲି ସଭିଏଁ ଜାଣିଥିବା ସେ ଦର୍ଶାଇଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories