କୋକାକୋଲା ପ୍ରତିଷ୍ଠାତା ଦିନେ ଲେମ୍ବୁପାଣି ବିକୁଥିଲେ : ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ : କଂଗ୍ରେସ ସୋମବାର ଦିଲ୍ଲୀଠାରେ ଓବିସି ସମ୍ମିଳନୀ ଆୟୋଜନ କରି ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍‍ ବଜାଇଛି। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓବିସି ବର୍ଗଙ୍କ ଉତ୍ଥାନ ପାଇଁ କୋକାକୋଲା କମ୍ପାନୀ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ କୋକାକୋଲା କମ୍ପାନୀ ଆରମ୍ଭ କରିଥିବା ବ୍ୟକ୍ତି ପ୍ରଥମେ ଆମେରିକାରେ ଲେମ୍ବୁପାଣି ବିକୁଥିଲା। ସେ ପାଣିରେ ଚିନି ମିଶାଉଥିଲା ଓ କାମର ଆଦର କରୁଥିଲା। ସେଥିରୁ ସେ ଅର୍ଥ ଉପାର୍ଜନ କଲେ ଓ କୋକାକେଲା କମ୍ପାନୀ ପ୍ରତିଷ୍ଠା ଲାଭ କରିଥିଲା। ଏହାସହ ରାହୁଲ କହିଥିଲେ ଯେ କୋକାକେଲା ଭଳି ମ୍ୟାକଡୋନାଲ୍ଡ କମ୍ପାନୀ ମାଲିକ ଦିନେ ଢାବା ଚଲାଉଥିଲେ ଓ ଆଜି ସେ ବିଶ୍ୱରେ ପରିଚିତ। ଭାରତରେ ଆଜି ଏଭଳି ଏକ ଢାବାବାଲା ନାହିଁ ଯେ କୋକାକୋଲା ଭଳି ବଡ଼ କମ୍ପାନୀ ଗଢି ପାରିବ। ଏଭଳି ଭାଷଣ ଦେଇ ରାହୁଲ ଯୁବକଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ସେ ଆରଏସ୍‍ଏସ୍‍ ଏବଂ ବିଜେପି ଉପରେ ବର୍ଷିଥିଲେ ଓ ଏବେ ହିନ୍ଦୁସ୍ତାନ ବିଜେପି ଏବଂ ଆରଏସ୍‍ଏସ୍‍ର ଗୁଲାମ ହୋଇଯାଇଛି ବୋଲି କହିଥିଲେ। ଆମ ଦେଶରେ କାର୍ଯ୍ୟରକୁଥିବା ଲୋକଙ୍କୁ ପ୍ରକୃତ ପାରିଶ୍ରମିକ ମିଳୁନାହିଁ ବୋଲି ରାହୁଲ କହିବା ସହ ଫ୍ରାନ୍ସରେ କାର୍ଯ୍ୟକରୁଥିବା ଭାରତୀୟ ଫାସନ ଡିଜାଇନରଙ୍କ ବିଷୟରେ ଉଦାହରଣ ଦେଇଥିଲେ। ଦେଶ ପାଇଁ କାର୍ଯ୍ୟ କରୁଥିବା କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ବି କରିନାହାନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ। ମୋଦୀ ୧୫ ଉଦ୍ୟୋଗପତିଙ୍କ ୨.୫ ଲକ୍ଷ କୋଟି ଟଙ୍କା ଋଣ କ୍ଷମା କରିଦେଇଛନ୍ତି ବୋଲି ରାହୁଲ ନୂଆ ଅଭିଯୋଗ ଆଣିଥିଲେ। ରାହୁଲ କହିଥିଲେ ଯେ ବିଜେପିରେ ଓବିସି ସାଂସଦଙ୍କ କଥା ଶୁଣାଯାଉନି କେବଳ ଆରଏସ୍‍ଏସ୍‍ କଥା ମୋଦୀ ଶୁଣୁଛନ୍ତି ଓ ମାନୁଛନ୍ତି।

Leave A Reply