ଯଦି ଆପଣଙ୍କର ଏକ ପରିବାର ଅଛି, ଭଲ ବନ୍ଧୁ ଅଛନ୍ତି, ଖାଦ୍ୟ ଓ ବାସ ଗୃହ ଅଛି ତେବେ ଆପଣ ଧନୀ: ରାହୁଲ ଦ୍ରାବିଡ

0

ବେଙ୍ଗାଲୁର:  ମଣିଷ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । ଦୈନନ୍ଦିନ ଜୀବନରେ ମଣିଷ ଏହାର ଆବଶ୍ୟତାକୁ ବେଶ୍‌ ଅନୁଭବ କରିପାରିଥାଏ । ତେବେ ଏହାକୁ ନେଇ ଟ୍ୱିଟ କରିଛନ୍ତି ଭାରତର ପୂର୍ବତନ କ୍ରିକେଟିୟର ରାହୁଲ ଦ୍ରାବିଡ । ଦ୍ରାବିଡଙ୍କୁ କ୍ରିକେଟରେ ‘ ଦି ଓ୍ୱାଲ’ ବୋଲି ସମ୍ବୋଧିତ କରାଯାଇଥାଏ । କାରଣ ସେ ଭଲ ଖେଳିବା ଆରମ୍ଭ କରି ଦେଲେ ତାଙ୍କୁ ଆଉଟ କରିବା, ବିଶ୍ୱ ପ୍ରସିଦ୍ଧ ବୋଲରମାନଙ୍କ ପାଇଁ ଅସମ୍ଭବ ହୋଇଯାଏ । ଏଥିପାଇଁ ତାଙ୍କୁ କ୍ରିକେଟ ଖେଳର ପ୍ରାଚୀର ବା ଦି ଓ୍ୱାଲ ଆଖ୍ୟା ଦିଆଯାଇଥିଲା ।

କ୍ରିକେଟ ଖଳାଳୀ ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ରାହୁଲ ଦୈନନ୍ଦିନ ଜୀବନରେ ବି ଜଣେ ଭଲ ମଣିଷ । ସେ ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ବନ୍ଧୁ ଓ ପରିବାରକୁ ବି ସମୟ ଦେଇଥାଆନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଟ୍ୱିଟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।  ଆପଣଙ୍କୁ ଭଲ ପାଉଥିବା ଏକ ପରିବାର, କିଛି ଭଲ ବନ୍ଧୁ , ଖାଇବା ପାଇଁ ଖାଦ୍ୟ ଓ ମୁଣ୍ଡ ଉପରେ ଗୋଟିଏ ଛାତ ଯଦି ରହିଛି ,ତେବେ ଆପଣ ଭାବୁଥିବା ଠାରୁ ଅଧିକ ଧନୀ ବୋଲି ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି । ନିଶ୍ଚୟ ଭାବେ ଏହି ଟ୍ୱିଟରୁ ରାହୁଲଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜାଣି ହେବ । ଏହାକୁ ଏକ ହଜାରରୁ ଅଧିକ ଲୋକ ଟ୍ୱିଟ କରି ସାରିଲେଣି । ୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ।

Leave A Reply