ଆପଣ ରାହୁ ଦଶା ଭୋଗୁଛନ୍ତି କି? ଆପଣାନ୍ତୁ ଏହି ୫ଟି ଉପାୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୁଦାୟ ୯ଟି ଗ୍ରହଙ୍କ ମଧ୍ୟରୁ ଶନି, ରାହୁ ଓ କେତୁ ସବୁଠାରୁ କ୍ରୁର ହୋଇଥା’ନ୍ତି। ଯଦି କାହା ଜାତକରେ ରାହୁ ଓ କେତୁ ଅଶୁଭ ସ୍ଥିତିରେ ରହିଥା’ନ୍ତି ତେବେ ତାଙ୍କୁ ଚିନ୍ତା ଓ ବିଫଳତା ସର୍ବଦା ଲାଗି ରହିଥାଏ। ରାହୁ କେତୁ ଏହି ଦୁଇ ଗ୍ରହ ପାଇଁ ଜାତକରେ କାଳସର୍ପ ଦୋଷ ଲାଗିଥାଏ। ଥରେ ରାହୁଙ୍କ କୋପଦୃଷ୍ଟି ପଡ଼ିଲେ ବିଫଳତା ଦେଖାଦେବା ସହ ଗଭୀର ଚିନ୍ତା ଲାଗିରହେ ଯାହାଦ୍ୱାର ଜୀବନରେ ଅଶାନ୍ତି ଓ କଷ୍ଟ ଲାଗି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କର ଏହି କୋପରୁ ରକ୍ଷା ପାଇବା ପାଇଁ କିଛି ଉପାୟ ରହିଛି। ଯାହାକୁ ଅବଲମ୍ବନ କରିବା ଦ୍ୱାରା ଏହି ଦୋଷ କମ୍ ହୋଇଥାଏ।
କୋପରୁ ବର୍ତ୍ତିବାର ଉପାୟ:
– ଜାତକରୁ ରାହୁ ଦୋଷର ପ୍ରଭାବକୁ କମ୍ କରିବା ପାଇଁ ପ୍ରତ୍ୟେକ ସୋମବାର ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ।
– ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ଭୋଳାନାଥଙ୍କୁ କ୍ଷୀରି ଭୋଗ ଲଗାନ୍ତୁ।
– ଶନିବାର ଅଶ୍ୱସ୍ଥ ବୃକ୍ଷ ଓ ଶନିଙ୍କୁ ଜଳ ଅର୍ପଣ କରନ୍ତୁ।
-“ ଓଁ ରାଂ ରାହୁୱେ ନମଃ” ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
– ରାହୁଙ୍କ ପ୍ରଭାବକୁ କମ୍ କରିବା ପାଇଁ କିଛି କଳା ବସ୍ତୁ ଦାନ କରନ୍ତୁ।