www.samajalive.in
Tuesday, December 9, 2025
16.1 C
Bhubaneswar

ରାଗିଂ: ୟୁପି ମେଡିକାଲ କଲେଜର ୫୨ ଛାତ୍ର ନିଲମ୍ବିତ

ମୁଜାଫରନଗର : ଉତ୍ତରପ୍ରଦେଶ ସାହାରାନପୁର ଜିଲାସ୍ଥିତ ସୈଖ-ଉଲ-ହିନ୍ଦ ମୌଲାନା ମହମୁଦ ହାସନ ମେଡିକାଲ କଲେଜ ଛାତ୍ରାବାସରେ ରାଗିଂ ଅଭିଯୋଗରେ ୫୨ ଜଣ ଛାତ୍ରଙ୍କୁ କଲେଜରୁ ଗୋଟିଏ ମାସ ଓ ଛାତ୍ରାବାସରୁ ୬ ମାସ ପାଇଁ ନିଲମ୍ବନ କରାଯାଇଛି। କଲେଜ ଅଧ୍ୟକ୍ଷ ଅରବିନ୍ଦ ତ୍ରିବେଦୀ କହିଛନ୍ତି ଯେ ରାଗିଂ ଅଭିଯୋଗର ତଦନ୍ତ କରାଯାଇଥିଲା ଓ ୫୨ ଜଣ ଛାତ୍ର ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ବୁଧବାର ୫୨ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି। ୨୦୧୬-୨୦୧୭ ବ୍ୟାଚ୍‍ର ଛାତ୍ରମାନେ ଛାତ୍ରାବାସରେ ରହୁଥିବା କନିଷ୍ଠ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ସେମାନେ କନିଷ୍ଠ ବର୍ଗର ଛାତ୍ରଙ୍କ ଚୁଟି କାଟିଦେବା ସହ ମାଡ଼ ମାରିଥିଲେ। ରାଗିଂ ନିରୋଧ କମିଟି ଏହାର ତଦନ୍ତ କରିଥିଲା ଓ ଅଭିଯୋଗ ସତ୍ୟ ବୋଲି ଜଣାପଡିଥିଲା। ବୁଧବାର ଦୋଷୀ ସାବ୍ୟସ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories