www.samajalive.in
Wednesday, December 10, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଦାବି କଲେ ରାହୁଲ

ନୂଆଦିଲ୍ଲୀ : ରାଫେଲ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସିଧାସଳଖ ବିତର୍କ କରିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭିନ୍ନ ଦାବି ଉଠାଇଛନ୍ତି। ରାଫେଲ କାରବାରରେ ଦୁର୍ନୀତି ହୋଇଥିବା ତଥା ଏହି କାରବାରକୁ ନିଜ ବନ୍ଧୁଙ୍କ ହାତକୁ ଟେକି ଦେଇ ଜାତୀୟ ନିରାପତ୍ତାକୁ ବିପଦରେ ପକାଇଥିବା ଅଭିଯୋଗ ପୂର୍ବକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସେ ତଦନ୍ତ ଦାବି କରିଛନ୍ତି। ସୁପ୍ରିମକୋର୍ଟରେ ସ୍ବିଡେନ୍‌ର ପ୍ରମୁଖ ଟେଲିକମ କମ୍ପାନୀ ‘ଏରିକ୍‌ସନ’ ପକ୍ଷରୁ ରିଲାଏନ୍ସ କମ୍ୟୁନିକେସନ ମୁଖ୍ୟ ଅନିଲ ଅମ୍ବାନୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ମାମଲା ଉପସ୍ଥାପନ କରିବା ସହିତ ଅମ୍ବାନୀଙ୍କୁ ତୁରନ୍ତ ଅଟକ ରଖାଯିବାକୁ ସେ ଟ୍ବିଟର ମାଧ୍ୟମରେ ଦାବି କରିଛନ୍ତି। ପରେ ସଂସଦ ବାହାରେ ସେ ଗଣମାଧ୍ୟମକୁ କହିଛନ୍ତି କଂଗ୍ରେସ ୨୦୧୯ରେ କ୍ଷମତାକୁ ଆସିଲେ ରାଫେଲ କାରବାର ଉପରେ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡଦେବା ବ୍ୟବସ୍ଥା କରିବ। ଉଲ୍ଲେଖଯୋଗ୍ୟ ଯେ ୫୫୦ ଟଙ୍କା ବକେୟା ପ୍ରଦାନ ନ କରିବା ପରିପ୍ରେକ୍ଷୀରେ ଅମ୍ବାନୀଙ୍କ ବିଦେଶଗସ୍ତ ଉପରେ କଟକଣା ଲାଗୁ କରିବା ସହ ତାଙ୍କୁ ଅଟକ ରଖିବାକୁ ଏରିକ୍‌ସନ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories