ନୂଆଦିଲ୍ଲୀ : ରାଫେଲ ବୁଝାମଣାକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏନସିପି ମୁଖ୍ୟ ଶରଦ ପୱାର ଏ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ନେଇଛନ୍ତି। ଗୁରୁବାର ପୱାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ଲୋକେ ସନ୍ଦେହ କରିବା ଉଚିତ ନୁହେଁ। ମରାଠୀ ନ୍ୟୁଜ୍ ଚାନେଲ ଦେଇଥିବା ସାକ୍ଷାତକାରରେ ପୱାର କହିଛନ୍ତି ଯେ ଯୁଦ୍ଧବିମାନ ବୁଝାମଣା ବାବଦ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ଅମୂଳକ। କାରଣ ପ୍ରତିରକ୍ଷା ସମ୍ପର୍କିତ ଏହି ବୁଝାମଣାକୁ ସାର୍ବଜନୀନ କରିବା ସମ୍ଭବ ନୁହେଁ। ଏହା ଗୋପନୀୟ ରହିବା ଦରକାର ବୋଲି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ପୱାର କହିଛନ୍ତି। ତେବେ ବିମାନ ଦରକୁ ପ୍ରକାଶ କରିବାରେ କୌଣସି ଅସୁବିଧା ନାହିଁ।
Popular Categories



