www.samajalive.in
Sunday, December 7, 2025
23.1 C
Bhubaneswar

ୟୁପିଏଠାରୁ ଶସ୍ତା ଏନଡିଏର ରାଫେଲ ଚୁକ୍ତି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ରାଫେଲକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି। ବୁଧବାର ସଂସଦରେ ବଜେଟ ଅଧିବେଶନର ଶେଷ ଦିନ। ଲୋକସଭା ପୂର୍ବରୁ ରାଜ୍ୟସଭାରେ ବିପକ୍ଷଙ୍କ ଦ୍ୱାରା ରାଫେଲ ପ୍ରସଙ୍ଗକୁ ନେଇ ସଂସଦରେ ପ୍ରଶ୍ନବାଣ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପି ରାଧାକୃଷ୍ଣନ ରାଫେଲ ବିମାନ ଚୁକ୍ତି ସମ୍ବନ୍ଧୀୟ ସିଏଜି ରିପୋର୍ଟ ଉପସ୍ଥାପନ କରଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମରୁ ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଅନିୟମିତତା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ବିଜେପି ଓ କେନ୍ଦ୍ର ସରକାର ଏହି ଡିଲକୁ ସ୍ୱଚ୍ଛ ବୋଲି ଯୁକ୍ତି ଦର୍ଶାଇ ଚାଲିଛନ୍ତି। ତେଣୁ ଆଜି ହେବାକୁ ଥିବା ସିଏଜି ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।
ସଂସଦର କାର୍ଯ୍ୟକାଳ ପ୍ରାରମ୍ଭରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି,ୟୁପିଏ ଚେୟାରମେନ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମେତ ଅନ୍ୟାନ୍ୟ କଂଗ୍ରେସ ନେତା ସଂସଦ ପରିସରରେ ଗାନ୍ଧି ମୂର୍ତ୍ତି ତଳେ ପ୍ରଦର୍ଶନ କରିଥିଲେ। ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ରାଫେଲ ପ୍ରସଙ୍ଗକୁ ନେଇ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ସଂସଦ ସ୍ଥଗିତ କରିବାକୁ ପ୍ରସ୍ତାବ ଦେଇଥିଲା।
ମୋଦୀ ସରକାର ରାଜ୍ୟସଭାରେ ଯେଉଁ ରାଫେଲ ସମ୍ବନ୍ଧୀୟ ରିପୋର୍ଟ ଉପସ୍ଥାପନ କରିଛନ୍ତି ତାହା ୟୁପିଏ ତୁଳନାରେ ୨.୮୬ ପ୍ରତିଶତ ଶସ୍ତା। ସମ୍ପୂର୍ଣ୍ଣ ପ୍ରସ୍ତୁତି ପରେ ରାଫେଲ ବିମାନର ମୂଲ୍ୟ ଏନଡିଏ ଓ ୟୁପିଏ ମଧ୍ୟରେ ପ୍ରାୟ ସମାନ ମୂଲ୍ୟରେ ପହଞ୍ôଚଯାଉଛି। ଅବଶ୍ୟ ସିଏଜି ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ରାଫେଲ ବିମାନର ମୂଲ୍ୟ ପ୍ରକାଶ କରାଯାଇ ନାହିଁ। କିନ୍ତୁ ୟୁପିଏ ତୁଳନାରେ ଏନଡିଏ ୯ ପ୍ରତିଶତ ଶସ୍ତାରେ ରାଫେଲ କ୍ରୟ କରିବାର ଦାବିକୁ ସିଏଜି ତାଙ୍କ ରିପୋର୍ଟରେ ଖାରଜ କରି ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories