ରେଡିଓର ଲୋକପ୍ରିୟତା ଏବେ ବି ରହିଛି

ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହୋଇଛି। ଏଥିସହିତ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଇଛି। ଏହାସତ୍ତ୍ବେ ଟିଭି ଅପେକ୍ଷା ରେଡିଓର ଗୁରୁତ୍ବ ଏବେ ବି ବଜାୟ ରହିଛି ବୋଲି ଆଉଟରିଚ୍‌ ପକ୍ଷରୁ ଜାତୀୟ ପ୍ରସାରଣ ଦିବସରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଲେ ଯେ ରେଡ଼ିଓର ଲୋକପ୍ରିୟତା ରହିଛି ଏବଂ ଆଗକୁ ମଧ୍ୟ ରହିବ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ରେଡିଓ ଚକଲେଟର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ବରିଷ୍ଠ ରେଡିଓ ଉଦ୍‌ଘୋଷକ ନଦିଆ ବିହାରୀ ମହାନ୍ତି, ନ୍ୟାସନାଲ ଏକାଡେମୀ ଅଫ୍‌ ବ୍ରଡକାଷ୍ଟିଂ ଆଣ୍ଡ ମଲ୍ଟିମିଡିଆ ନିଷ୍ପାଦକ ଅଶୋକ ପାଣିଗ୍ରାହୀ, ଆଉଟରିଚ୍‌ର ମୁଖ୍ୟ ସୁବ୍ରତ ପତି ଉପସ୍ଥିତ ଥିଲେ। ଶେଷରେ ମେହେଫିଲ-ଏ-ଗଜଲ ସଂସ୍ଥା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.