www.samajalive.in
Tuesday, December 9, 2025
16.1 C
Bhubaneswar

ନିଜ ଅଞ୍ଚଳର ସମସ୍ୟା ନେଇ ଧର୍ମେନ୍ଦ୍ରଙ୍କୁ ଭେଟିଲେ ରାଧାରାଣୀ

ବ୍ରଜରାଜନଗର: ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେପିର ଜିଲା ସାଙ୍ଗଠନିକ ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚିତ ହେବେ। ହେଲେ ବିଭିନ୍ନ ସାଙ୍ଗଠନିକ ପଦ ପଦବୀ ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ଏଭଳି ସ୍ଥିତିରେ ବ୍ରଜରାଜନଗରର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଦିଲ୍ଲୀ ଗସ୍ତ ଅବସରରେ ରାଜନୈତିକ ଉଷ୍ମତା ଦେଖାଦେଇଛି।

ଦିଲ୍ଲୀ ଗସ୍ତ କରି ସେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଗୃହ ପ୍ରବେଶରେ ସାମିଲ ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟକୁ ମଧ୍ୟ ଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦୀର୍ଘ ଦିନରୁ ବନ୍ଦ ରହିଥିବା କାରଖାନାର ପୁନରୁଦ୍ଧାର, ବେଆଇନ ଆସ ଡମପିଙ୍ଗ, ଗାନ୍ଧିଛକ ଓ ପ୍ରସନ୍ନ ପଣ୍ଡା ଛକରେ ଓଭରବ୍ରିଜ ଇତ୍ୟାଦି ସମସ୍ୟା ଉପସ୍ଥାପନ କରିଥିବା ନେଇ ନିଜେ ରାଧା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। କିନ୍ତୁ ରାଜନୈତିକ ସମୀକ୍ଷକମାନେ ରାଧାଙ୍କ ଦିଲ୍ଲୀ ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ପୂର୍ବରୁ ଧର୍ମେନ୍ଦ୍ରଙ୍କ ଗୁଡ୍ ବୁକରେ ଥିବା ରାଧା କୌଣସି ଜାତୀୟ ସ୍ତରୀୟ ଅନୁଷ୍ଠାନରେ ଥଇଥାନ କିମ୍ବା କୌଣସି ରାଜ୍ୟରୁ ରାଜ୍ୟସଭା , ଜାତୀୟ ସ୍ତରୀୟ ପଦ ପଦଵୀ ପାଇଁ ରେସରେ ଥିବା ଚର୍ଚ୍ଚା ଉଠିଛି। ସେପଟେ ରାଧାରଣୀ ଏହାକୁ ଖଣ୍ଡନ କରି କୌଣସି ରାଜନୈତିକ ଅଭିସନ୍ଧି ନୁହେଁ ବରଂ ଅଞ୍ଚଳର ସ୍ୱାର୍ଥ ସମ୍ମିଳିତ ଦାବି ଜଣାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଓ ପିଏମଓକୁ ଯାଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories