କ୍ଷମା ମାଗିଲେ ‘କ୍ୱାଣ୍ଟିକୋ’ ନିର୍ମାତା

0

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଧାରାବାହିକ ‘କ୍ୱାଣ୍ଟିକୋ’ ଏବେ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛି । ଧାରାବାହିକର ଏକ ଭାଗରେ ହିନ୍ଦୁ ଆତଙ୍କବାଦୀ ବୋଲି ଏକ ଚରିତ୍ର ପ୍ରଦର୍ଶନ କରାଯାଇଥିଲା । ଏହା ସାରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି । ଭାରତରେ ରାଜନେତା, ବଲିଉଡ଼ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ସମେତ ଆମେରିକାର ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ବିରୋଧ କରିଛନ୍ତି । ବିରୋଧକୁ ଦେଖି କ୍ୱାଣ୍ଟିକୋ ନିର୍ମାତା ଏଥିପାଇଁ କ୍ଷମା ମାଗିଛନ୍ତି। ଏହାସହ ‘ଅଭିନେତ୍ରୀ ପ୍ରିୟଙ୍କାଙ୍କ ଏଥିରେ କୌଣସି ଦୋଷ ନାହିଁ, ତେଣୁ ତାଙ୍କୁ ସମାଲୋଚନା କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ଧାରାବାହିକର ଏହି ଭାଗକୁ ନେଇ ଏନବିସି ନେଟୱାର୍କ କ୍ଷମା ମାଗିଛି’ ବୋଲି ଏ.ଏନ.ଆଇ ଟୁଇଟରରେ ଲେଖା ଯାଇଛି। ଏହି ଧାରବାହିକରେ ଏକ ଏଫବିଆଇ ଏଜେଣ୍ଟ ରୂପେ ପ୍ରିୟଙ୍କା ଅଭିନୟ କରୁଛନ୍ତି। ଏହି ଘଟଣାକୁ ନେଇ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି ।
ଧାରାବାହିକର ଏହି ଭାଗରେ ଦେଖାଯାଇଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ କଥାବାର୍ତ୍ତା ଚାଲୁଥିବା ସମୟରେ ନ୍ୟୁୟର୍କଠାରେ ଏକ ବୋମା ବିସ୍ପୋରଣ ଘଟିବ ବୋଲି ଏକ ଖବର ସାମ୍ମନାକୁ ଆସିଥିଲା। ଏହାକୁ ନେଇ ଏକ ସନ୍ଦିଗ୍ଧକୁ ପ୍ରିୟଙ୍କା ଧରିନେବାପରେ ତାଙ୍କ ପାଖରୁ ଏକ ରୁଦ୍ରାକ୍ଷ ମିଳୁଛି, ତାପରେ ପ୍ରିୟଙ୍କା କହୁଛନ୍ତି ଜଣେ ‘ଭାରତୀୟ ହିନ୍ଦୁ ରାଷ୍ଟ୍ରବାଦୀ ଯିଏ ଆକ୍ରମଣ କରି ପାକିସ୍ତାନକୁ ବଦନାମ କରିବାକୁ ଚାହୁଁଛି’। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ପ୍ରିୟଙ୍କାଙ୍କୁ ନିନ୍ଦା କରାଯାଇଛି । କ୍ୱାଣ୍ଟିକୋର ଏହି ଭାଗ ଜୁନ ୧ରେ ପ୍ରସାରିତ ହୋଇଥିଲା।

Leave A Reply