ଏହି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ହିଁ ଶାସ୍ତ୍ରରେ ପ୍ରକୃତ ଜ୍ଞାନୀ ବୋଲି ବିବେଚିତ କରାଯାଇଛି
ବୁଦ୍ଧି ବା ଜ୍ଞାନ ଏପରି ଏକ ଜିନିଷ ଯାହା ବଜାରରେ ବିକ୍ରି ହୁଏନାହିଁ। ଯଦି ଏହା ସମ୍ଭବ ହୋଇଥାଆନ୍ତା ତେବେ ଦୁନିଆରେ ଜ୍ଞାନୀଙ୍କ ଅଭାବ ନଥାନ୍ତା। ତେବେ ଖାଲି ଯେ ଜଣେ ଅଧିକ ପାଠ ପଢିଦେଲେ ଆମେ ତାକୁ ଜ୍ଞାନୀ ବୋଲି କହିବା ତାହା ସମ୍ପୂର୍ଣ୍ଣ ରୂପେ ଭୁଲ୍। ପ୍ରକୃତ ଜ୍ଞାନୀଙ୍କୁ ଚିହ୍ନିବା ପାଇଁ ଶାସ୍ତ୍ରରେ କିଛି ଉପାୟ ରହିଛି। ଯେଉଁ ବ୍ୟକ୍ତିିଙ୍କର ନିମ୍ନ ଲିଖିତ ଲକ୍ଷଣମାନ ଥାଏ ସେହିମାନଙ୍କୁ ହିଁ ଶାସ୍ତ୍ର ଅନୁଯାୟୀ ଜ୍ଞାନୀ ବୋଲି ବିବେଚିତ କରାଯାଏ।
୧- ଶୁଭ କର୍ମ, ଭଗବାନଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ, ଯଜ୍ଞ, ଦାନ ଓ ଜନକଲ୍ୟାଣ ଆଦି କର୍ମରେ ନିୟୋଜିତ ରହିବା ଜ୍ଞାନୀମାନଙ୍କ ଲକ୍ଷଣ ହୋଇଥାଏ।
୨- ମହାଭାରତ ଗ୍ରନ୍ଥରେ ସେହି ବ୍ୟକ୍ତିମାନଙ୍କୁ ବୁଦ୍ଧିମାନ ବା ଜ୍ଞାନୀ ବୋଲି କୁହାଯାଇଛି ଯେଉଁମାନେ କ୍ରୋଧ, ଅହଂକାର, ଦୁଷ୍କର୍ମ, ସ୍ୱାର୍ଥ ଆଦି ଦୁର୍ଗୁଣ ପ୍ରତି ଆକର୍ଷିତ ହୋଇନଥା’ନ୍ତି।
୩- ଯେଉଁ ବ୍ୟକ୍ତି ସମୟ ଓ ପରିସ୍ଥିତିକୁ ଦେଖି ବିଚଳିତ ହୁଏନାହିଁ ଏବଂ କେବଳ ନିଜ କର୍ମ ପ୍ରତି ଧ୍ୟାନ ଦେଇଥାଏ, ଶାସ୍ତ୍ରରେ ଏପରି ବ୍ୟକ୍ତିଙ୍କୁ ପ୍ରକୃତ ଜ୍ଞାନୀ ବୋଲି କୁହାଯାଇଛି।
୪- ନିଜ କାର୍ଯ୍ୟକୁ କର୍ତ୍ତବ୍ୟ ମଣୁଥିବା ବ୍ୟକ୍ତି ପ୍ରକୃତରେ ଜ୍ଞାନୀ ହୋଇଥାଏ।
୫- ଯିଏ ନିଜ ଯୋଗ୍ୟତା ବିଷୟରେ ଭଲ ଭାବେ ପରିଚିତ ଥାଏ ଓ ସେହି ଅନୁସାରେ କାମ କରିଥାଏ ତାକୁ ଜ୍ଞାନୀ କୁହାଯାଏ।
୬- ଯେଉଁ ବ୍ୟକ୍ତି ମଧ୍ୟରେ ଦୁଃଖ ସହିବାର ଶକ୍ତି ଥାଏ ଓ ଯିଏ କଠିନ ପରିସ୍ଥିତିରେ ମଧ୍ୟ ଧର୍ମର ହାତ ଛାଡ଼ି ନଥାଏ ସେ ହିଁ ଜ୍ଞାନୀ ହୋଇଥାଏ।
୭- ଲୋକେ ଯାହାର କାର୍ଯ୍ୟ, ବ୍ୟବହାର, ଗୁପ୍ତ ପ୍ରସ୍ତାବ ଓ ବିଚାର ବିଷୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଜାଣନ୍ତି, ସେହି ବ୍ୟକ୍ତିଙ୍କୁ ବେଦ ଅନୁସାରେ ଜ୍ଞାନୀ ବୋଲି ଗ୍ରହଣ କରାଯାଇଛି।
Comments are closed.