www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ଆମେରିକା ସମ୍ପର୍କ ବିଶ୍ବାସର ବନ୍ଧନ

ଦ୍ବିତୀୟ କ୍ବାଦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା କାଳରେ ମୋଦୀ କହିଛନ୍ତି ଯେ ଭାରତ-ଆମେରିକାର ସମ୍ପର୍କ ବିଶ୍ବାସର ବନ୍ଧନ। ଦୁଇ ଦେଶ ମଧ୍ୟରେ ସାମରିକ ଓ ଅନ୍ୟ ପ୍ରସଙ୍ଗରେ ପରସ୍ପରକୁ ଉପଯୁକ୍ତ ସହଯୋଗ କରିଆସିଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ଦୃଢ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ଦୁଇଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ପରସ୍ପରକୁ ବୈଷୟିକ ସହଯୋଗ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ବାଇଡେନ କହିଛନ୍ତି ଯେ ଭାରତ ସହିତ ଆମେରିକାର ସମ୍ପର୍କରେ ଆହୁରି ନିବିଡତା ଆଣିବାକୁ ତାଙ୍କ ଦେଶ ପ୍ରତିଶ୍ରୁତିବଦ୍ଧ। ଦୁଇ ନେତାଙ୍କ କଥାବାର୍ତ୍ତା କାଳରେ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ପ୍ରସଙ୍ଗ ସ୍ଥାନ ପାଇଥିଲା। କରୋନା ମୁକାବିଲା କରିବାରେ ଭାରତର ସଫଳତାକୁ ବାଇଡେନ ପ୍ରଶଂସା କରିଥିବାବେଳେ ଚୀନ ମହାମାରୀକୁ ମୁକାବିଲାରେ ବିଫଳ ହୋଇଥିବା କହିଛନ୍ତି। ମୋଦୀଙ୍କ ସଫଳତା ଗଣତନ୍ତ୍ରର ସଫଳତାକୁ ପ୍ରତିପାଦିତ କରୁଛି। ବିଶ୍ବ ସମୁଦାୟ ଜାଣିବା ଦରକାର ଯେ ଗଣତନ୍ତ୍ର ମାଧ୍ୟମରେ ମଧ୍ୟ ଲୋକଙ୍କୁ ସୁଶାସନ ଦିଆଯାଇପାରିବ। ଚୀନ ଓ ରୁଷ୍ ଭଳି ଏକଛତ୍ରବାଦ ଶାସନରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories