ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ
ପାଟଣା : ସମଗ୍ର ଶିକ୍ଷା କେନ୍ଦୁଝରଙ୍କ ସୌଜନ୍ୟରୁ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦ୍ଵାରା ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି। ଗତକାଲି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆମେ ବି ସକ୍ଷମ ବାର୍ତ୍ତା ଦିଆଯାଇ ପାଟଣା ବଜାର ଅଞ୍ଚଳରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଏହା ଛଡା ବିଦ୍ୟାଳୟ ପରିସରରେ ସଙ୍ଗୀତ ପ୍ରତିଯୋଗିତା, ମ୍ୟୁଜିକ ଚେୟାର, ପୁଚି, ହାଣ୍ଡି ପିଟା, ଜିଲାପି ଦୌଡ଼, ଲମ୍ବ ଦୌଡ଼ ଏବଂ ସାସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ଉଦଯାପନ ସମାରୋହରେ ପୁରସ୍କୃତ କରାଯାଇଥିଲା।
ବି ଆର ଟି ମୀନକେତନ ପାତ୍ର ଓ ରଜନୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପାର୍ଥସାରଥୀ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ମୁଖ୍ୟ ବକ୍ତା ଭାବେ ଅଵସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରୋତ୍ତମ ସାହୁ ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରକାଶ କୁମାର ରାୟ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳା କାନ୍ତ ପତି,ପୂର୍ବତନ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ମହାନ୍ତ, ପାଟଣା ସିଆରସିସି ଜ୍ୟୋତିର୍ମୟ ତ୍ରିପାଠୀ,ସ୍ଥାନୀୟ ପ୍ରଧାନ ଶିକ୍ଷକ କ୍ଷେତ୍ର ମୋହନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୧୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୫୦ ଜଣ ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ।
Comments are closed.